#Breaking News

ଫିରିଙ୍ଗିଆ ବଜାର ଅପହୃତା ଦୁଇ ନାବାଳିକା ଉଦ୍ଧାର, ଜଣେ ଅଟକ, ଅନ୍ୟ ୨ ଫେରାର


ଫୁଲବାଣୀ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବଜାର କୁ ବହି କିଣିବାକୁ ଆସିଥିବା ଦୁଇ ଜଣ ନାବାଳିକା କୁ ୩ ଜଣ ଯୁବକ ଅପହରଣ କରି ନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି l ଏ ନେଇ ପୋଲିସ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣ ଫେରାର ଥିବା ଜଣାପଡ଼ିଛି l ସୂଚନା ଯୋଗ୍ୟ ଯେ ଦୁଇଜଣ ନାବାଳିକା ଫିରିଙ୍ଗିଆ ବଜାରକୁ ବହିପତ୍ର କିଣିବାକୁ ଆସିଥିବା ବେଳେ ମୂଳ ଗୂଦାରୀ ଅଂଚଳ ର ଦୁଇ ଯୁବକ ଙ୍କ ସହ ଦେଖା ହୋଇଥିଲା l
ସେମାନେ ଦୁଇ ନାବାଳିକାକୁ କଥା ହେବଲାପାଇଁ ଅନ୍ୟ ସ୍ଥାନ କୁ ଡାକି ସେଠାରୁ ସ୍କୁଟି ଓ ବାଇକ ରେ ବସାଇ ମୂଳ ଗୂଦାରୀ କୁ ଆଣି ସେଠାରେ ଏକ ଘରେ ରଖିକୁଆଡେ ଦୁଷ୍କର୍ମ କରିଥିଲେ l ଆଉ ବିଳମ୍ବିତ ରାତିରେ ଏକ କାର OD-12E4298ରେ ଦୁଇଜଣ ନାବାଳିକା କୁ ଛାଡ଼ିବାଲାଗି ଗାଁ କୁ ଆଣିଥିଲେ ତେବେ ଗାଁ ଲୋକ ଙ୍କୁ ଦେଖି କାର ଟି ଗାଁ ରେ ନ ଅଟକାଇ ଦ୍ରୁତ ଗତିରେ ଆଗକୁ ମାଡିଯାଇଥିଲା ଫଳରେ ନାବାଳିକା ର ବାପା ସନ୍ଦେହ କରି ଗ୍ରାମବାସି ଙ୍କ ସହାୟତାରେ ପିଛା କରି କାର କୁ ଅଟକାଇ ନାବାଳିକା ଦ୍ବୟ ଙ୍କୁ ଉଦ୍ଧାର କରିବା ସହ ଥାନାରେଅଭିଯୋଗ କରିଥିଲେ l ତେବେ କାର ରେ ଥିବା ଅନ୍ୟ ଦୁଇଜଣ ଅନ୍ଧାର ରାତିରେ ଚମ୍ପଟ ମାରିଥିଲେ l ପୋଲିସ ଦୁଇଟି ମାମଲା ରୁଜ୍ଜୁ କରି ଫେରାର ଅଭିଯୁକ୍ତ ମାନଙ୍କୁ ଗିରଫ କରିବାଲାଗି ଖୋଜୁଥିବା ଜଣା ପଡ଼ିଛି l

Leave a comment

Your email address will not be published. Required fields are marked *