#Breaking News

କନ୍ଧମାଳ ରେ ହାତୀ ଆତଙ୍କ ଶତ ଚେଷ୍ଟା କରି ଘଉଡାଇପାରୁନି ବନବିଭାଗ


ଫୁଲବାଣୀ (ସୁନୀଲ ପଟନାୟକ )ଗତ ଏକ ସପ୍ତାହ ହେଲା ଏକ ବିଶାଳ ହାତୀ ପଲ କନ୍ଧମାଳ ଜିଲାର ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଜଙ୍ଗଲ ରେ ଡେରା ପକାଇଛନ୍ତି l ଯିବାର ନା ଧରୁନାହାନ୍ତି l ବନବିଭାଗ ଘଉଡାଇବାକୁ ଚେଷ୍ଟା କରି ସଫଳ ହୋଇପାରିନି ଏଯାଏଁ l
କଳାହାଣ୍ଡି ଓ କନ୍ଧମାଳ ସୀମାନ୍ତ ଝିରି ପାଣି, ଭଣ୍ଡାରଙ୍ଗି, ବେଲଘର ଅଂଚଳ ରେ ଥିବା ଘଞ୍ଚ ଜଙ୍ଗଲ ରେ ଆଶ୍ରୟ ନେଇଛନ୍ତି l ଲୋକେ ଭୟରେ ଆଉ ଘରୁ ବାହାରୁନାହାନ୍ତି lଜଙ୍ଗଲ କୁ ଯିବା ବନ୍ଦ କରିଦେଇଛନ୍ତି l
ବନବିଭାଗ ହାତୀ ପଲ ଙ୍କ ଗତିବିଧି ଉପରେ ସତର୍କ ନଜର ରଖିଛନ୍ତି l ଅଂଚଳ ଲୋକଙ୍କୁ ସଚେତନ କରୁଛନ୍ତି l ଗାଁ ନିକଟନାଳ କୁ ପାଣି ପିଇବାକୁ ଆସୁଛନ୍ତି ଆଉ ଫସଲ ମଧ୍ୟ ନଷ୍ଟ କରୁଛନ୍ତି l ବାଲିଗୁଡା ଡ଼ିଏଫଓ ବିଶ୍ୱରାଜ ପଣ୍ଡା ଙ୍କ ନିର୍ଦେଶ ରେ
ବନ ବିଭାଗ ରେଞ୍ଜର ଓ କର୍ମଚାରୀ ହାତୀ ଟ୍ରାକିଙ୍ଗ ସ୍କ୍ୱାଡ଼ ଗଠନ କରି ହାତୀର ଗତିପଥ ବଦଳାଇବାସହ ଘଉଡାଇବା ପାଇଁ ପ୍ରୟାସ କରୁଛି l
ଅତିଶୀଘ୍ର ହାତୀପଲ ଅନ୍ୟତ୍ର ଚାଲିଯିବେ ବୋଲି ସେ କହିଛନ୍ତି l
ବେଳେ ବେଳେ ଖାଦ୍ୟ ସଂଗ୍ରହ ଲାଗି ହାତୀପଲ କଳାହାଣ୍ଡି ପଟୁ ଏହି ଜିଲାକୁ ଆସିଥାନ୍ତି ବୋଲି ଡ଼ିଏଫଓ ପଣ୍ଡା ସୂଚନା ଦେଇଛନ୍ତି l

ଆଇନ ସଚେତନତା ଶିବିର

Leave a comment

Your email address will not be published. Required fields are marked *