#Breaking News

ପ୍ରଶାସନ ଶୁଣିଲାନି ସାହି ଭାଇ ପାଇଁ ରାସ୍ତାନିର୍ମାଣ କରୁଛନ୍ତି ଚା ଦୋକାନୀ


ଫୁଲବାଣୀ (ସୁନୀଲ ପଟନାୟକ )
ପ୍ରଶାସନ କୁ ବାରମ୍ବାର ଅନୁରୋଧ କରିବା ପରେ ବି ରାସ୍ତାନିର୍ମାଣ ହୋଇପାରିଲାନିl ବାସ !ବେଶୀ ହୋଇଗଲା, ଆଉ ନୂହେଁ କହି ଅଂଚଳ ର ଜଣେ ଚା ଦୋକାନୀ ନିଜସ୍ୱ ଖର୍ଚ୍ଚରେ ରାସ୍ତା କରିବା ପାଇଁ ଅଂଟା ଭିଡିଛନ୍ତି lଯାହାକି ସମ୍ପୃକ୍ତ ଅଂଚଳ ରେ ଚର୍ଚା ର ବିଷୟ ପାଲଟିଛି l
ଏଭଳି ଭଲ ଖବର ଆସିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଂଚଳରୁ l ଚା ଦୋକାନୀ ହେଲେ ବି ତାଙ୍କର ହୃଦୟ ବଡ଼ l ଆଜି ର ଦୁନିଆ ରେ ସମସ୍ତେ ନିଜ ନିଜ ସ୍ୱାର୍ଥ ପଛରେ ଗୋଡ଼ଉଥିବାବେଳେ ଫିରିଙ୍ଗିଆ ଉପର ସାହି ର ଅଭୟ କହଁର ଚା ବିକ୍ରୀ କରି ପରିବାର ପୋଷୁଥିଲେ ମଧ୍ୟ ସାହି ଭାଇଙ୍କ ପାଇଁ ରାସ୍ତା ନିର୍ମାଣକରିବା ର ପ୍ରୟାସ ନିଶ୍ଚିତ ଖୁସିର ବିଷୟ lଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଅଭୟ l ଫିରିଙ୍ଗିଆ bajar ରେ ଏକ ଛୋଟ ଚା ଦୋକାନ କରି ଚା ବିକ୍ରିକରନ୍ତି ଅଭୟ l ଜେସିବି ଭଡାରେ ଆଣି ଅଭୟ ଶୁକ୍ରବାର ଠାରୁ ରାସ୍ତା ନିର୍ମାଣ ଆରମ୍ଭ କରିଛନ୍ତିl ଫିରିଙ୍ଗିଆ ଉପରସାହି ରେ ପାଖାପାଖି ୩ଶ ହଲୋକ ରହୁଥିଲେ ବି ରାସ୍ତାନାହିଁ ସାହିକୁ l ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ lପ୍ରଶାସନକୁ ଜଣାଇଥିଲେ ହେଲେ ଫଳ ଶୂନ l
ଅଭୟ ସାହିକୁ ପାଞ୍ଚ ଶହ ମିଟର ରାସ୍ତା ନିଜେ କରିଥିଲେ l ଫଳରେ ତାଙ୍କ ନିକଟକୁ ପ୍ରଶଂସା ର ସୁଅ ଛୁଟୁଛି l

Leave a comment

Your email address will not be published. Required fields are marked *