#Breaking News

ଶିକ୍ଷା ସୁରକ୍ଷା ରୋଜଗାର ନେଇ ଏବିଭିପିର ବିକ୍ଷୋଭ


କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ତଥା ଜିଲ୍ଲାରେ ଶିକ୍ଷାର ଦୂରାବସ୍ଥା ନେଇ ଛାତ୍ର ଆକ୍ରୋଶ ରାଲିର ଆୟୋଜନ କରିଥିଲା ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ । କନ୍ଧମାଳ ଜିଲ୍ଲା ଏବିଭିପି ଶାଖା ପକ୍ଷରୁ ଏକ ବିଶାଳ ସମାବେଶର ଆୟୋଜନ କରାଯାଇଥିଲା । ଶିକ୍ଷା, ସୁରକ୍ଷା ଏବଂ ରୋଜଗାର ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି ସଂଗଠନ । ସରକାର ଆଗାମୀ ଦିନରେ ଏସବୁ ଦିଗ ଉପରେ ଗୁରୁତ୍ୱ ନ ଦେଲେ ରାଜ୍ୟସ୍ତରରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଏବିଭିପି ଚେତାବନୀ ଦେଇଛି । ସ୍ଥାନୀୟ ମାଦିକୁନ୍ଦା ଛକରୁ ଏବିଭିପି କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ କଲେଜର ଛାତ୍ରୀଛାତ୍ରୀ ଏକ ରାଲିରେ ବାହାରି ସହର ପରିକ୍ରମା କରିଥିଲେ । ପରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସହ କରୋନେସନ ପଡିଆଠାରେ ଏକ ସଭାର ଆୟୋଜନ ହୋଇଥିଲା।ଏଥିରେ ସଂଗଠନର କର୍ମକର୍ତ୍ତା, ଛାତ୍ରୀଛାତ୍ର ମାନେ ଯୋଗଦେଇ ସେମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ । ସରକାର ଏବଂ ପ୍ରଶାସନ । କନ୍ଧମାଳ ଜିଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ଫୁଲବାଣୀ ସ୍ବୟଂଶାସିତ ମହାବିଦ୍ୟାଳୟର ଦୂରବସ୍ଥାକୁ ନେଇ ଉଦବେଗ ପ୍ରକାଶ କରାଯାଇଥିଲା । ଜିଲାରେ ଥିବା ସେବାଶ୍ରମ ବିଦ୍ୟାଳୟରେ ଛାତ୍ରୀମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରାଯାଇଥିଲା। ରାଜ୍ୟ ସରକାର ନିଯୁକ୍ତି ସୁଯୋଗ ସୃଷ୍ଟି କରୁ ନ ଥିବାରୁ ଜିଲାର ଶିକ୍ଷିତ ଯୁବକ ଯୁବତୀ ମାନେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଅଭିଯୋଗ କରିଥିଲେ ଛାତ୍ର ନେତା l ଯଦି ଏହାର ପ୍ରତିକାର ନ ହୁଏ, ତାହାଲେ ଆଗାମୀ ଦିନରେ ଏବିଭିପି ପକ୍ଷରୁ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସଂଗଠନ କର୍ମକର୍ତ୍ତା ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏହି ସମାବେଶରେ ରାଜ୍ୟ ଯୁଗ୍ମ ସମ୍ପାଦକ ସ୍ୱାଗତ କୁମାର ତ୍ରୀପାଠୀ ଓ ସଂଜନା କହଁର, କନ୍ଧମାଳ ଜିଲା ପ୍ରମୁଖ ଶିବାଶିଷ ପଣ୍ଡା, ଜିଲା ସଂଯୋଜକ ରୁଦ୍ରପ୍ରସାଦ ସେଠୀ, ଗଂଜାମ ବିଭାଗ ସମ୍ପାଦକ ସୌଭାଗ୍ୟ ମହାନ୍ତି, ଟୁକୁନା ମଲ୍ଲିକ, ରାଜ୍ୟ ଜନଜାତି ସହ ପ୍ରମୁଖ ତଅପୋଇ କହଁରଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ । ଅନୁଷ୍ଠିତ ଏହି ବିଶାଳ ଛାତ୍ର ସମାମେଶରେ ଜିଲାର ବିଭିନ୍ନ ମହାବିଦ୍ୟାଳୟରୁ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ସାମିଲ୍‌ ହୋଇଥିଲେ ।

Leave a comment

Your email address will not be published. Required fields are marked *