#Breaking News

ଷ୍ଟ୍ରବେରୀ ଚାଷ କୁ ପ୍ରଶାସନ ର ପ୍ରୋତ୍ସାହନ


ଫୁଲବାଣୀ (ସୁନୀଲ ପଟନାୟକ )
ମହିଳା ମାନେ ଯେପରି ଆତ୍ମ ନିର୍ବାରଶୀଳ ହୋଇପାରିବେ ଆଉ ଅଧିକ ରୁ ଅଧିକ ରୋଜଗାର କରିପାରିବେ ତାକୁ ଦୃଷ୍ଟିରେ ରଖି ଏବେ ଜିଲାର ବିଭିନ୍ନ ବ୍ଲକ ଅଂଚଳରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରଥମ ଥର ପାଇଁ ପ୍ରଶାସନ ର ଉଦ୍ୟମ ରେ ସଫଳତାର ସହ ଷ୍ଟ୍ରବେରୀ ଚାଷ ଆରମ୍ଭ ହୋଇଛି l ଷ୍ଟ୍ରବେରୀ ଥରେ ଲାଗିଲେ ପ୍ରାୟ ପାଞ୍ଚ ବର୍ଷ ଯାଏ ଫଳ ଆଦାୟ ହୋଇଥାଏ lଦାମ ବି କିଛି କମ ନୁହେଁ lକିଲୋ ପିଛା ୬ ଶହ ଟଙ୍କା ରେ ବିକ୍ରୀ ହୋଇଥାଏ l
ଜିଲାର ମୃତିକା ସରକ୍ଷଣ ବିଭାଗ ର ପ୍ରକଳ୍ପ ନିର୍ଦେଶକ ପ୍ରଶାନ୍ତ ତ୍ରିପାଠୀ, ଉଦ୍ୟାନ ବିଭାଗ ଉପ ନିର୍ଦେଶକ ମିହିର ସାମନ୍ତରାୟ, ଜୀବିକା ମିଶନ, ବ୍ଲକ ବିଡ଼ିଓ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଚାଷ କରାଯାଉଛି l
ମୃତିକା ସରକ୍ଷଣ ଓ ଜୀବିକା ମିଶନ ଆର୍ଥିକ ସହାୟତା ଯୋଗାଇଦେଉଛନ୍ତି l
ଜିଲାପାଳ ଆଶିଷ ଈଶ୍ୱର ପାଟିଲ ମଧ୍ୟ ବିଭିନ ଅଂଚଳ ଗସ୍ତ କରି ଷ୍ଟ୍ର ବେରୀ ଚାଷ ବୁଲିଦେଖିବା ସହ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରୁଛନ୍ତି lଜୀଲାର , ଦାରିଙ୍ଗବାଡି, ବିଡ଼ିଓ ଗଦାଧର ପାତ୍ର ଓ ଫିରିଙ୍ଗିଆବିଡ଼ିଓ ରଶ୍ମି ରଞ୍ଜନ ମହନ୍ତ ଙ୍କ ଆଗ୍ରହ, ନିଷ୍ଠା, ଆନ୍ତରିକତା ଯୋଗୁଁ ଏହି ୨ ବ୍ଲକ ର ଅନେକ ସ୍ଥାନ ରେ ଏହି ଚାଷ ଏବେ କରାଯାଉଛି l
ଆଗକୁ ଜିଲାର ଅନ୍ୟ ବ୍ଲକ ରେ ମଧ୍ୟ ଏହି ଚାଷ କରାଯିବ ବୋଲି କୁହାଯାଉଛି l

Leave a comment

Your email address will not be published. Required fields are marked *