#Breaking News

ସ୍ୱାମୀ ଓମାନନ୍ଦ ବୈଦିକ ଛାତ୍ରlବାସ ରେ ପାନୀୟ ଜଳ ସଙ୍କଟ ଅଭିଯୋଗ କଲେ କିଏ ଶୁଣୁନାହାନ୍ତି

lଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲ୍ଲା କ ନୂଆଗାଁ ବ୍ଲକ ଅନ୍ତର୍ଗତ ସ୍ୱାମୀ ଓମା ନନ୍ଦ ବୈଦିକ ଛାତ୍ରାବାସରେ ପାନୀୟ ଜଳ ସଙ୍କଟ ଦେଖିବାକୁ ମିଳିଛି l ଜ଼ିଲ୍ଲାର ଉପାନ୍ତ ଅଞ୍ଚଳରୁ ପାଠ ପଢିବାକୁ ଆସି ଛାତ୍ରାବାସ ରେ ରହୁଥିବା ପଚାଶ ରୁ ଉର୍ଦ୍ଧ ଅନ୍ତେବାସୀ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ବେଳେ ବେଳେ ପାଣି ନଆସିଲେ ଅନ୍ତେବାସୀ ଭୋକ ଉପବାସରେ ରହୁଥିବା ଅଭିଯୋଗ ହେଉଛି l ପାନୀୟ ଜଳ ର ସୁବିଧା ତଥା ନଳକୂପ ଖୋଳାଇବା ପାଇଁ ଛାତ୍ରାବାସ କତୃପକ୍ଷ ସ୍ଥାନୀୟ ସରପଞ୍ଚ ବିଭାଗୀୟ ଅଧିକାରୀ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ l ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବାରୁ ସମସ୍ୟା ଦ୍ବି ଗୁଣିତ ହେବାର ଆଶଙ୍କା ରହିଛି l ଜ଼ିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ସ୍ଥାନୀୟ ଜନ ସାଧାରଣ ଦାବୀ କରିଛନ୍ତି l

Leave a comment

Your email address will not be published. Required fields are marked *