କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨0୨୩ ଉଦଘାଟିତ

Udaya_Labanya | January 25, 2023 | 59 views |0 | Breaking News


ଫୁଲବାଣୀ(ସୁନୀଲ ପଟନାୟକ )
ପାଞ୍ଚ ଦିନ ବ୍ୟାପୀ କନ୍ଧମାଳଷ୍ଟାଡିୟମ ଠାରେ ଅନୁଷ୍ଠିତ କନ୍ଧମାଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨0୨ ୩ କୁ ବୁଧବାରମୁଖ୍ୟ ଅତିଥି ଭାବେ ଶ୍ରମ ଓ ସରକାରୀ କର୍ମଚାରୀ ପେନଶନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଉଦଘାଟନ କରିଏହି ମହୋତ୍ସବ ଜିଲାର କଳା ସଂସ୍କୃତି, ପରମ୍ପରା ଓ ଐତିହକୁ ଉଦଜୀବିତ କରିବା ସହ ଲୁକ୍କାୟିତ କଳା ପ୍ରତିଭା କୁ ଲୋକ ଲୋଚନକୁ ଆଣିବାରେ ସହାୟକ ହେବ ବୋଲି କହିଥିଲେ l
ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କ ସଭା ପତିତ୍ୱ ରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେଯୋଗଦେଇ ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତ, କନ୍ଧମାଳ ର କଳା ଓ ସଂସ୍କୃତି ର ବିକାଶ ରେ ଏହା ବେଶ ସହାୟକହେବ ବୋଲିକହିଥିଲେ l
ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଏସ ଡି ସି ଅଧ୍ୟକ୍ଷ ରଦନ ମଲିକ, ଜିଲାପରିଷଦ ଅଧ୍ୟକ୍ଷ ନନ୍ଦିନୀ ମଲିକ, ପ୍ରମୁଖ ଯୋଗ ଦେଇ
ଏହି ମହୋତ୍ସବ ବିଶେଷକରି ଜିଲାର ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରୀ କରିବାରେ ସହାୟକ ହେବ ବୋଲିକହିଥିଲେ l
୨ ଶ ହ ରୁ ଊର୍ଧ୍ଵ ଷ୍ଟଲ କରାଯଇଥିଲା lରାଜ୍ୟ ର ବିଭିନ୍ନ ସ୍ଥାନ ରୁ ସ୍ବୟଂ ସହାୟିକା ଗୋଷ୍ଠୀ ଯୋଗ ଦେଇଥିଲେ lକନ୍ଧମାଳ ମହୋତ୍ସବ ଅବସରରେ ପ୍ରକାଶିତ ସ୍ମରଣିକା କୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ l
ଅଶୋକ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ l
ଏହି ଅବସର ରେ ଜିଲ୍ଲା ଓ ଜିଲ୍ଲା ବାହାର କଳାକାର ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୂଷ୍ଠିତ ହୋଇଥିଲା l
କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱରଂଜନ ନାୟକ, ସଂସ୍କୃତି ଅଧିକାରୀ ଅକ୍ଷୟ ସେଠି, ଅର ମାସ ମୁଖ୍ୟ ନିର୍ବାହୀ ଦୁର୍ଗା ପ୍ରସାଦ ଭୂୟାଁ ପ୍ରମୁଖ ମହୋତ୍ସବ ପରିଚାଳନା କରିଥିଲେ l

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 11 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories