#Breaking News

ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ


ନରସିଂହପୁର(ଉଲ୍ଲାପ୍ର )ଭାରତ ସରକାରଙ୍କର ନେହୁରୁ ଯୁବ କେନ୍ଦ୍ର ସଂଗଠନ କଟକ ଜିଲ୍ଲା ଓ ମା ତାରିଣୀ ମହିଳା ଶିଶୁ ବିକାଶ କେନ୍ଦ୍ର ନରସିଂହପୁର ଅନୁକୁଲ୍ୟରେ ଜାତୀୟ କନ୍ୟା ସନ୍ତାନ ଦିବସ ରଘୁନାଥ ମନ୍ଦିର କମ୍ୟୁନିଟି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ଦେବଦତ୍ତ ମଳୟ କୁମାର ବରାଳଙ୍କ ସଭାପତିତ୍ୱରେ ପାଇକପଡାପାଟଣା ମହିଳା ବିକାଶ ସଂଗଠନ ସଭାନେତ୍ରୀ ଅନ୍ନପୂର୍ଣ୍ଣା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଅଥିଥି ଭାବେ ଓଡିଶା ଜୀବିକା ମିଶନ ର ଗୋଷ୍ଠୀ ସହାୟିକା ତଥା ସମ୍ବଳ ବ୍ୟକ୍ତି ଅନୁରାଧା ମିଶ୍ର , ସୁକାନ୍ତି ସାହୁ, ମନ୍ଦାକିନୀ ବେହେରା ପ୍ରମୁଖ ଯୋଗଦେଇ କନ୍ୟା ସନ୍ତାନ ର ସୁରକ୍ଷା ଯୋଜନା ବିଜୁ କନ୍ୟା ରତ୍ନ ଯୋଜନା ,ସୁକନ୍ୟା ସମୃଦ୍ଧି ଯୋଜନା ସମ୍ପର୍କରେ ଆଲୋଚନା କରିବା ସହିତ ଶପଥ ପାଠ କରିଥିଲେ ଏଥିରେ ପାଇକପଡାପାଟଣା, ନିଜିଗଡ଼, ବାଲିସାହି , ମାଧେଇପଦା ଓ ଠେଙ୍ଗାପଲ୍ଲୀ ଅଞ୍ଚଳର ୫୦ ଜଣ ମହିଳା ଓ ବାଳିକା ଯୋଗଦେଇଥିଲେ

Leave a comment

Your email address will not be published. Required fields are marked *