#Breaking News

ଶ୍ରୀ ଶ୍ରୀ ଉତ୍କଳେଶ୍ଵର ମହାଦେବ ମନ୍ଦିରର ତୃତୀୟ ବାର୍ଷିକୋତ୍ସବ

ଢେଙ୍କାନାଳ ଢେଙ୍କାନାଳ କଲେଜ୍ ରୋଡ୍‌ସ୍ଥିତ କୁଞ୍ଜକାନ୍ତ ଠାରେ ଶ୍ରୀ ଶ୍ରୀ ଉତ୍କଳେଶ୍ବର ମହେଦବ ମନ୍ଦିରର ତୃତୀୟ ବାର୍ଷିକୋତ୍ସବ ପାଳିତ ହୋଇଯାଇଅଛି । ଗତକାଲି କଳସ ଯାତ୍ରା ସହିତ ଶୁଭ ଅଧିବାସ ପୂଜା , ଅଖଣ୍ଡ ଦୀପ ସ୍ଥାପନ , ମଣ୍ଡଳ ପୂଜା ଏବଂ ଯଜ୍ଞ ଅରମ୍ଭ କରାଯାଇଥିଲା । ୨୫ ତାରିଖ ପ୍ରାତଃରୁ ସୂର୍ଯ୍ୟପୂଜା , ଗୋ – ପୂଜା , ରୁଦ୍ରାଭିଷେକ ହେବା ସହିତ ବିଭିନ୍ନ ଭୋଗରାଗ ଲାଗି କରାଯାଇଥିଲା । ଶେଷରେ ପୂର୍ଣ୍ଣହୁତି ପ୍ରଦାନ ପୂର୍ବକ ଯଜ୍ଞ ସମାପନ କରାଯାଇଥିଲା । ମୁଖ୍ୟ ପୁରୋଧା ବ୍ରହ୍ମଚାରୀ ସତ୍ୟଚୈତନ୍ୟ ମହାରାଜ ଓ ସରୋଜ କୁମାର ପଣ୍ଡା , ବିଶ୍ବଜିତ୍‌ ମହାପାତ୍ର , ଶୁଭ୍ରଜିତ୍ ମହାପାତ୍ର , ମନ୍ଦିରର ପୂଜକ ସର୍ବେଶ୍ବର ମିଶ୍ରଙ୍କ ଦ୍ବାରା ପୂଜା ସମାପନ ହୋଇଥିଲା ଓ କର୍ତା ସର୍ବେଶ୍ବର ମିଶ୍ର ଓ କର୍ମୀ କନକ ମଞ୍ଜରୀ ଦାଶ , ମନ୍ଦିର ପ୍ରତିଷ୍ଠାତ୍ରୀ ପୁଷ୍ପଲତା ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଯଜ୍ଞ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ବିଶ୍ବଶାନ୍ତି ନିର୍ମିତ କରାଯାଇଥିବା ଏହି ଯଜ୍ଞରେ ଅଂଚଳର ଅନେକ ଶ୍ରଦ୍ଧାଳୁ ଓ ଭକ୍ତ ଯୋଗଦେଇଥିଲେ ।

Leave a comment

Your email address will not be published. Required fields are marked *