#Breaking News

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ଆୟୋଜିତ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଉପଖଣ୍ଡ ଉତ୍ସବ ପାଳନ କମିଟି ଆନୁକୂଲ୍ୟରେ ଉପଖଣ୍ଡ ପ୍ରଶାସନ ଓ ସୂଚନା ଲୋକ ସମ୍ପର୍କ ବିଭାଗ ତରଫରୁଏକ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ବୁଧବାର ପ୍ରତ୍ୟୁଷରେ ଆୟୋଜିତ ହୋଇଥିଲା | ଏହି ପ୍ରତିଯୋଗିତା କୁ ସ୍ଥାନୀୟ ଉପଜିଲ୍ଲାପାଳ ଏମ.ଏସ. ମଧୁମିତା କ୍ରୀଡା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ମୁଖ୍ୟ ରାସ୍ତା ଦେଇ ମହାଲକ୍ଷ୍ମୀ ଫିଲିଙ୍ଗ ଷ୍ଟେସନ ପର୍ଯ୍ୟନ୍ତ ଯାଇ ପୁଣି ସେଠାରୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ହୋଇଥିଲା l ଏଥିରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ର କର୍ମଚାରୀ ଙ୍କ ସମେତ ଛାତ୍ର, ଛାତ୍ରୀ ଓ ସବୁ ବର୍ଗର ଜନସାଧାରଣ ଭାଗ ନେଇଥିଲେ l ଏଥିରେ କୃତିତ୍ୱ ଲାଭ କରିଥିବା ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ପ୍ୟାରେଡ ଉତ୍ସବ ରେ ପୁରସ୍କୃତ କରାଯିବ l ଏହି ପ୍ରତିଯୋଗିତାକୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ଅଭିମନ୍ୟୁ ପ୍ରଧାନ, ଉପଖଣ୍ଡ ଉତ୍ସବ ପାଳନ କମିଟି ର ଯୁଗ୍ମ ସମ୍ପାଦକ ତୀର୍ଥବାସୀ ଘଡାଇ, ଙ୍କ ସମେତ ମେଡିକାଲ କର୍ମଚାରୀ, ପୋଲିସ କର୍ତ୍ତୃପକ୍ଷ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l

Leave a comment

Your email address will not be published. Required fields are marked *