ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Udaya_Labanya | January 27, 2023 | 15 views |0 | Breaking News

କାନପୁର (ullapra)କାନପୁର ଉଦଘାଟନ ମ୍ୟାଚ ବିଶାଖାପାଟଣା ଓ ଭୁବନେଶ୍ୱର ମଧ୍ୟରେ ପ୍ରଥମ ପର୍ଯାୟ ମ୍ୟାଚ ବଡ଼ ସଂଘର୍ଷ ପୂର୍ଣ୍ଣ ଚାଲିଛି | ଏହି ଖେଳକୁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମିଶ୍ର, ଆମ ନରସିଂହପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ନାୟକ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସଙ୍ଗୀତା ପ୍ରଧାନ, ସମିତି ସଭ୍ୟ ଶ୍ରୀଯୁକ୍ତ କାର୍ତ୍ତିକ ବେହେରା ଓ ଆଞ୍ଚଳିକ କମିଟିର ସମସ୍ତ ସଦସ୍ୟ ବୃନ୍ଦଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ | କମିଟିର ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ପଣ୍ଡା, ସମ୍ପାଦକ ଗୁଡୁନ କୁମାର ପ୍ରଧାନ (କୁଲୁ ) ମଧ୍ୟ ସହଯୋଗ କରିଥିଲେ | ଖେଳ ପରିଚାଳନା କରିଥିଲେ ସୁଦୀପ୍ତ ଦାସ, ସହଯୋଗ କରଥିଲେ ପ୍ରିୟବ୍ରତ ବାହିନୀ ପତି, ବିପିନ କୁମାର ସାମନ୍ତ ରାୟ ଓ ଚତୁର୍ଥ ରେଫ୍ରି ଭାବେ ଅବିନାଶ ପଟ୍ଟନାୟକ ଖେଳକୁ ସୁଚାରୁରୂପେ ପରିଚାଳନା କରିଥିଲେ | ଚନ୍ଦନ ନାୟକ ଓ ସୋନୁ ନାୟକ ଶେଷ 5ମିନିଟରେ 2-0 ଗୋଲ ଦେଇ ବିଜୟ ଲାଭ କରିଥିଲେ | ଆସନ୍ତାକାଲିର ମ୍ୟାଚ ଆର. କେ. ଏକାଡେମୀ, କାନପୁର ଓ ରାଞ୍ଚି ମଧ୍ୟରେ ଦିବା 3ଘଟିକା ସମୟରେ ଆରମ୍ଭ ହେବ ବୋଲି ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ପଣ୍ଡା ସୂଚନା ଦେଉଛନ୍ତି |

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories