#Breaking News

ବାଲିଗୁଡ଼ାରେ ଭାଜପାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଗାୟତ୍ରୀ ମନ୍ଦିର ର କଲ୍ୟାଣ ମଣ୍ଡପ ଠାରେ ଭାଜପା ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ମୁଖ୍ୟ ଅତିଥିଭାବେ ଏସିମୋର୍ଚ୍ଚା ର ରାଜ୍ୟ ସଭାପତି ଡ଼.ବିଭୁ ପ୍ରସାଦ ତରେଇ ଯୋଗ ଦେଇଥିବା ବେଳେ,ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ଜିଲ୍ଲା ଉପସଭାପତି ବନ ମହାନ୍ତି , ଜିଲ୍ଲା ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଡ଼.ଅର୍ଚ୍ଚନା ପ୍ରଧାନ, ରାଜ୍ୟ ଏସି ମୋର୍ଚ୍ଚା ର ଉପସଭାପତି ରାମବିଶି ଦିଗାଳ, ଜିଲ୍ଲା ସମ୍ପାଦକ ଦେବେନ୍ଦ୍ର କୁଦେଇ, ମାନ ଗୋବିନ୍ଦ ପ୍ରଧାନ, ରଂଜିତ ସାହୁ, ଆଦିକନ୍ଦ ପଟ୍ଟନାୟକ ମଣ୍ଡଳ ସାଧାରଣ ସଂପାଦକ, ନଗର ସାଧରଣ ସଂପାଦକ ସନ୍ତୋଷ ରେଡି ପ୍ରମୁଖ ଉପସ୍ଥିତ ଥିଲେ l ଏଥିରେ କେନ୍ଦ୍ର ସରକାରଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ଉପରେ ଆଲୋଚନା କରିବା ସହ କେନ୍ଦ୍ର ସରକାର ଙ୍କ ଯୋଜନାକୁ ରାଜ୍ୟ ସରକାର ଠିକ ଭାବରେ କାର୍ଯ୍ୟକାରୀ କରିପାରୁ ନାହାନ୍ତି ବୋଲି କହିବା ସହ ରାଜ୍ୟ ସରକାର ଉପରେ ବର୍ଷିଥିଲେ l ସମଗ୍ର କନ୍ଧମାଳ ଜିଲ୍ଲାରେ ବିଜେପିକୁ ଆହୁରି ଅଧିକରୁ ଅଧିକ ସୃଦୁଢ କରିବା ସହ ଆଗାମୀ ୨୦୨୪ ନିର୍ବାଚନ ରେ କନ୍ଧମାଳ କୁ କିଭଳି ବିଜେପି ଶାସନ ଆସିବ ସେ ନେଇ ପୁଙ୍ଖାନୁପୁଙ୍ଖ ଭାବେ କାର୍ଯ୍ୟକ୍ରତାଙ୍କୁ ବୁଝାଇଥିଲେ l ଶେଷରେ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a comment

Your email address will not be published. Required fields are marked *