#Breaking News

ଟାଇକୁଣ୍ଡ ଏକାଡେମି ରେ ପ୍ରଥମ ବେଲ୍ଟ ପଦନ୍ନୋତି


ଫୁଲବାଣୀ -31/01(ସୁନୀଲ ପଟନାୟକ )
ଫୁଲବାଣୀ ସ୍ଥିତ ଟାଇକୁଣ୍ଡ ଏକାଡେମୀ ରୁ
୧୫ ରୁ ଅଧିକ ଛାତ୍ରଛାତ୍ରୀ ବେଲ୍ଟ୍ ପରୀକ୍ଷା ଦେଇଥିଲେ |
କଳାହାଣ୍ଡି ଜିଲ୍ଲାରୁ ସୁନୀଲ ପୂଜାରୀ, ଜାତୀୟ ସ୍ତରୀୟ ରେଫରୀ ସେକେଣ୍ଡ୍ ଡାନ୍ ସାଉଥ୍ କୋରିୟା ବ୍ଲାକ୍ ବେଲ୍ଟ୍ ପରୀକ୍ଷକ ଆସିଥିଲେ |
ପରୀକ୍ଷକ ପାଇଁ ଆସିଥିବା ମାଷ୍ଟର ସୁନୀଲ ପୂଜାରୀଙ୍କ ଉପସ୍ଥିତି ରେ ସିଂ ଟାଇକୁଣ୍ଡ ଏକାଡେମି ର ଆଜି ପ୍ରଥମ ବେଲ୍ଟ୍ ପରୀକ୍ଷା ସମ୍ପୂର୍ଣ୍ଣ ହୋଇଛି |
ଏଥିରେ ସିଂ ଟାଇକୁଣ୍ଡ ଏକାଡେମି ର ସମ୍ପାଦକ ମାଷ୍ଟର୍ ଶାଲିନି ସିଂ ଏବ୍ଂ ଦେବାଶିସ୍ ପ୍ରଧାନ ନେତୃତ୍ବରେ ସମସ୍ତ ପରୀକ୍ଷାର୍ଥୀ ସଫଳ ରୂପେ ଉତ୍ତିର୍ଣ୍ଣ ହୋଇ ଥିବାରୁ ସମସ୍ତଙ୍କୁ କୃତଜ୍ଞତା ତଥା ଆଗାମୀ ଭବିଷ୍ୟତରେ କେମିତି ଆଉକିଛି ଭଲ ହୋଇ ପାରିବ ସେଥିପାଇଁ ସଜାଗ କରିଛନ୍ତି |
ଏଥିରେ ୟେଲୋ ବେଲ୍ଟ୍ ପାଇଁ ସାତ ଜଣ, ଗ୍ରୀନ ବେଲ୍ଟ ପାଇଁ ତିନି ଜଣ, ବ୍ଲୁ ୱାନ୍ ପାଇଁ ତିନି ଜଣ ଏବ୍ଂ ରେଡ୍ ବେଲ୍ଟ ପାଇଁ ତିନି ଜଣ ପରୀକ୍ଷା ଦେଇଥିଲେ |
ଇଣ୍ଡିଆ ଟାଇକୁଣ୍ଡ ତଥା ଓଡିଶା ଟାଇକୁଣ୍ଡ ଏକାଡେମୀ ଠାରୁ ମାନ୍ୟତା ପାଇଥିବା ସିଂ ଏକାଡେମି ର ବେଲ୍ଟ୍ ପଦନ୍ନୋତି ର ସମସ୍ତ ପରୀକ୍ଷାର୍ଥୀଙ୍କୁ ଓଡିଶା ଟାଇକୁଣ୍ଡ ର ସମ୍ପାଦକ ଚିନ୍ମୟ ବେହେରା ଶୁଭେଚ୍ଛା ଜଣାଇଛନ୍ତି |

Leave a comment

Your email address will not be published. Required fields are marked *