#Breaking News

ଫିରିଙ୍ଗିଆ ପୋଲିସ ର ଚଢ଼ାଉ କାର ଓ ସ୍କୁଟି ସହ ଗଂଜେଇ ଜବତ


ଫୁଲବାଣୀ
(ସୁନୀଲ ପଟନାୟକ )
ଶନିବାର ଫିରିଙ୍ଗିଆ ପୋଲିସକୌଣସି ସୂତ୍ରରୁ ଖବର ପାଇ ବାଲକିଡାଡିଗ୍ରାମ ର ଅଭିଯୁକ୍ତ ତେବେ ଅଭିଯୁକ୍ତ ଶlସମଲ ଡିଗାଲ ର ଘର ଉପରେ ଅତର୍କିତ ଭାବେ ଚଢ଼ାଉ କରିମାରୁତି ସୁଇଫ୍ଟ କାର, ସ୍କୁଟି ସହ ଏକଚାଳିଶ କେଜି ଗଂଜେଇ ଜବତ କରିଛି l
ତେବେ ଅଭିଯୁକ୍ତ ସାସମାଲ ଓ ଡ୍ରାଇଭର ଘଟଣା ସ୍ଥଳରୁ ପୋଲିସ କୁ ଚକମା ଦେଖାଇ ଫେରାର ହୋଇଯାଇଥିବା ଥାନାଧିକାରୀ ତପନ କୁମାର ନାହକସୂଚନା ଦେଇଛନ୍ତି lଫିରିଙ୍ଗିଆ ପୋଲିସ ଏ ନେଇ ୨ 0/୨ ୩ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ କୁ ଖୋଜୁଛି l
ଫିରିଙ୍ଗିଆ ଥାନାଧିକାରୀ ତପନ ନାହାକ ଙ୍କ କାର୍ଯ୍ୟଦକ୍ଷତା, ଦୁରଦୃଷ୍ଟି, ଓ ଆନ୍ତରିକତା ଯୋଗୁଁ ଫିରିଙ୍ଗିଆ ଅଂଚଳ ରେ ଚୋରା ଗଂଜେଇ କାରବାର କମିଥିବା ଜଣାପଡିଛି l

ଯାହାର ବଜାର ମୂଲ୍ୟ ପଚାଶ ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି କୁହାଯାଉଛି l
ଗୋଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନି ଙ୍କ ନେତୃତ୍ୱ ରେ ପୋଲିସ କର୍ମଚାରୀ, ଓ ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲ ଙ୍କ ନିର୍ଦେଶ ରେ ସବ ଇନିସ୍ପେକ୍ଟର ଓ କର୍ମଚାରୀମାନେ ଦିନତମାମ ଅକ୍ଲାନ୍ତ ପରିଶ୍ରମ କରି ବେଆଇନ ଗଂଜେଇ ଚାଷ ନଷ୍ଟ କରିଥିଲେ l ତେବେ ପୋଲିସ ଓ ଅବକାରୀ ଟିମ କୁ ଦେଖି
ଅଭିଯୁକ୍ତ ମାନେ ଜଙ୍ଗଲ ଭିତରେ ଲୁଚି ଯାଇଥିଲେ l
ଗୋଛାପଡା ପୋଲିସ ୧୨ /୨ 0୨ ୩ରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରୀ ରଖିଛି l
ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲ ଓ ଥାନା ଅଧିକାରୀ ରଂଜିତ କୁମାର ମୁନି ଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରିକତା ଯୋଗୁଁ ଗଂଜେଇ ଚାଷ ନଷ୍ଟ କରାଯିବା ସହ ଗଂଜେଇ ଚୋରାଚାଲାଣମଧ୍ୟରୋକାଯାଇପାରିଛି l ଆଗକୁ ଏଥିପ୍ରତି କଡା ନଜର ରଖାଯିବ ବୋଲି ଅବକାରୀ ଅଧିକ୍ଷକ ସାମଲ କହିଛନ୍ତି l

Leave a comment

Your email address will not be published. Required fields are marked *