#Breaking News

ସମସ୍ତ ଙ୍କ ପାଇଁ ଶିକ୍ଷା କିସ ଓ କିଟ ପକ୍ଷରୁ ମିନି ମାରାଥନ


ଫୁଲବାଣୀ (ସୁନୀଲ ପଟନାୟକ )
କିସ ଓ କିଟ ଫାଉଂଡେସନ ର ରୋପ୍ୟ ଜୟନ୍ତୀ ଅବସରରେ ସମସ୍ତ ଙ୍କ ପାଇଁ ଶିକ୍ଷା ବାର୍ତ୍ତା ନେଇ ରବିବାର ସଦର ମହକୁମା ଫୁଲବାଣୀ ଠାରେ
କିସ ପକ୍ଷରୁ ଏକ ମିନିମାରାଥାନ ର ଆୟୋଜନ କରାଯିବାସହ ସ୍ଥାନୀୟ କରୋନେସନ ପଡିଆ ଠାରେ ଏକ ସଭା ର ଆୟୋଜନ କରାଯାଇଥିଲା l
ବରିଷ୍ଠ ସାମ୍ବାଦିକ ତଥା ଜିଲାକ୍ରୀଡ଼ା ସଙ୍ଘ ସମ୍ପାଦକ ଶିବ ପ୍ରସାଦତ୍ରିପାଠୀ ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ଜିଲ୍ଲା ଶିକ୍ଷାବିଭାଗ ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ କିସ ଓ କିଟ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତ ଙ୍କନିଷ୍ଠାପର ଉଦ୍ୟମ, ଆନ୍ତରିକତା, ଉତ୍ସର୍ଗୀକୃତ ମନୋଭାବ ଅତୁଳନୀୟ ବୋଲି କହିଥିଲେ l
ଆଦିବାସୀ ଛାତ୍ରଛାତ୍ରୀ ଙ୍କ ଶିକ୍ଷା ପାଇଁ
କିସ ପ୍ରତିଷ୍ଠା କରି ତିରିଶ ହଜାର ଛାତ୍ର ଛାତ୍ରୀ ଙ୍କୁ ଉନ୍ନତ ମାନର ମାଗଣା ରହିବା, ଖାଇବା ସହ ଶିକ୍ଷା ବ୍ୟବସ୍ଥା କରି ଶିକ୍ଷାର ବିକାଶ କ୍ଷେତ୍ରରେ ମାଇଲ ଖୁଣ୍ଟ ସାଜିଛନ୍ତି,
ଏ ଥି ପାଇଁ ସେ ଓ ଅନୁଷ୍ଠାନ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇପାରିଥିବା କହିଥିଲେ l
କିସସଂଯୋଜକ ଭାଗିରଥି ସେଠିପ୍ରାରଂଭିକ ସୂଚନା ଦେବା ସହ ସଭା ପରିଚାଳନା କରିଥିଲେ l
ଏହି ଅବସରରେ ସ୍ଥାନୀୟ ଷ୍ଟାଡିୟମ ଠାରେ ମୁଖ୍ୟ ଅତିଥି ଭାବେ ଏସପି ଶୁଭେନ୍ଦୁ ପାତ୍ର ଓ ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ ଯୋଗ ଦେଇ ସବୁଜ ପତାକା ଦେଖାଇ ମିନି ମାରାଥନ କୁ ଉଦ୍ଘାଟନକରିଥିଲେ l ଶତାଧିକ ସ୍କୁଲ ଛାତ୍ର ଛାତ୍ରୀ, ଅବିଭାବକ, ବୁଦ୍ଧିଜୀବୀ,ସ୍କୁଲ ଶିକ୍ଷକ, ଓ କିସ କର୍ମକର୍ତା ଯୋଗ ଦେଇ ମାରାଥନ ରେ ଅଂଶ ଗ୍ରହଣ କରିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ଅଜିତ ମହାରଣା, ଶିବ ବିଶ୍ୱାଳ, ସାଗର ପାଢ଼ୀ, ଶିବ ନାୟକ, ପ୍ରଶାନ୍ତ ଜେନା, ସୁଧୀର ମହାରଣା, ସନ୍ତୋଷ ବେହେରା, ରଂଜିତ ବେହେରା, ଜାକିର ଖାନ, ପ୍ରମୁଖ ଉପସ୍ଥିତ ରହି ଉତ୍ସାହିତ କରିଥିଲେ l ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା l

Leave a comment

Your email address will not be published. Required fields are marked *