#Breaking News

ସରିଛି ଶିକ୍ଷକତା ପେଶା, ସରିନି ଶିକ୍ଷାଦାନ ନିଶା ଅବସର ପରେବି ପାଠ ପଢାଉ ଛନ୍ତି ବଳରାମ ସାର


ଫୁଲବାଣୀ (ସୁନୀଲ ପଟନାୟକ )ଶିକ୍ଷକତା ଚାକିରୀ ରୁ ଅବସର ଗ୍ରହଣ କରିବା ପରେ ବି ପାଠ ପଢାଇବାର ଝୁଙ୍କ ଛାଡ଼ିନି ବଳରାମ ସାର ଙ୍କର l ସେ ଅବସର ପରେ ବି ବିଭିନ୍ନ ସ୍କୁଲ କୁ ନିୟମିତ ଯାଇ ପାଠ ପଢାଉ ଥିବା ଦେଖିବାକୁ ମିଳିଛି lଯାହାକି ଏକ ଉଦାହରଣ ସୃଷ୍ଟି କରିଛି lସେ ହେଉଛନ୍ତି ଜି. ଉଦୟଗିରି ଏନ ଏ ସି ଅଂଚଳରେ ରହୁଥିବା ଅବସର ପ୍ରାପ୍ତ ରାଷ୍ଟ୍ରପତି
ପୁରସ୍କାର ପ୍ରାପ୍ତ ଶିକ୍ଷକ ବଳରାମ ସାହୁ l ସାର ଙ୍କ ସରିଛି ଶିକ୍ଷକତା ପେଶା, ସରିନି ଶିକ୍ଷାଦାନ ନିଶା lଅବସର ପରେ ବି ଛାତ୍ର ଛାତ୍ରୀ ଙ୍କ ପ୍ରତି ଏବେବି ରହିଛି ଭଲପାଇବା ଓ ଶିକ୍ଷାଦାନ ର ନିଶା l ଏଣୁ ଅବସର ପରେବି ପ୍ରତିଦିନ ୧0ଟାରେ ଖାଇ ପିଇ ବାହାରିଯାନ୍ତି କୌଣସି ସ୍କୁଲ କୁ l
ସେଠାରେ ସେ ପାଠ ପଢ଼ାନ୍ତିl ପିଲାମାନେ ବି ସାର ଙ୍କ ପାଠ ବୁଝିପାରୁଥିବାରୁ ବେଶ ଖୁସ l ସେ ଗ୍ରେସିଙ୍ଗିଆ ଠାରେ ଥିବା ଆ ରାସ୍ମିନ ଉଚ୍ଚ ବିଦ୍ୟାଳୟ ରେ ପାଠ ପଢl ଉଥିବା କଥା ପ୍ରଧାନ ଶିକ୍ଷକ କହିଛନ୍ତି l ଶିକ୍ଷା ଦାନ ର ନିଶା, ଭଲପାଇବା, ଶିକ୍ଷା ପ୍ରତି ସମର୍ପଣ ଭାବ କୁ ନେଇ ବେଶ ପ୍ରଶଂସା କରିଛନ୍ତି ଛାତ୍ର ଛାତ୍ରୀ ଓ଼ ଅବିଭାବକ l

Leave a comment

Your email address will not be published. Required fields are marked *