ଗୀତ ଗୋବିନ୍ଦ ଭବନ ରେ ମାରୁତି ସେନାର ଚତୁର୍ଥ ବାର୍ଷିକୀ ପାଳିତ

ଭୁବନେଶ୍ୱର (ଉଲ୍ଲାପ୍ର )ଭୁବନେଶ୍ୱର ଗୀତ ଗୋବିନ୍ଦ ଭବନ ପରିସରରେ ଓଡ଼ିଶା ର ଅଗ୍ରଣି ସ୍ୱେଚ୍ଛାସେବୀ ସଙ୍ଗଠନ ମାରୁତି ସେନା ର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି।ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଅନୁଷ୍ଠାନ ଏବଂ ସମାଜ ସେବୀ ମାନଙ୍କୁ ସମ୍ମାନିତ କରାଯାଇଥିଲା।ସେଥି ମଧ୍ୟରୁ ବାଲେଶ୍ୱର ଜିଲ୍ଲାର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନସର୍ବମଙ୍ଗମ୍ ପରିବାର ର ସାଧାରଣ ସମ୍ପାଦକ “ଶ୍ରୀ କିଶୋର କୁମାର ମହାନ୍ତି ” ଙ୍କୁ ସେବା ସମ୍ମାନରେ ସମ୍ମାନୀତ କରାଯାଇଛି। ଏହା ବାଲେଶ୍ୱର ଜିଲ୍ଲା ପାଇଁ […]

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଜି.ଉଦୟଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ କରିବାକୁ ପ୍ରଚାର ବା ପ୍ରସାର ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟ କରିଥାଏ। ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଜି.ଉଦୟଗିରି ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଫେବୃୟାରୀ ଆରମ୍ଭରୁ ତାଲା ଝୁଲୁଛି l ବିବରଣୀରୁ ପ୍ରକାଶ ଯେ, ଉକ୍ତ କାର୍ଯ୍ୟାଳୟଟି ୧୯୮୦ ମସିହାରେ ୬ ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟାଳୟର କାର୍ଯ୍ୟ ଥିଲା ସରକାରୀ କାର୍ଯ୍ୟକ୍ରମକୁ ଗ୍ରାମାଞ୍ଚଳର ଜନସାଧାରଣଙ୍କ ନିକଟରେ […]

କୋଟଗଡ ଶିଶୁ ମଙ୍ଗଳ ସମିତିର ଭ୍ରାମ୍ୟମାଣ ଅଦାଲତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଶିଶୁ ମଙ୍ଗଳ ସମିତି, ଶିଶୁ ସୁରକ୍ଷା କମିଟି କନ୍ଧମାଳ, ଶିଶୁ ବିକାଶ ସମନ୍ନିତ ପ୍ରକଳ୍ପ କୋଟଗଡ ଓ ସାହାରା ସ୍ୱେଛାସେଵୀ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ କୋଟଗଡ ପଞ୍ଚାୟତ ସମିତି ସଭାଗୃହରେ ସେବା ଓ ଯନ୍ତ୍ର ଆଵଶ୍ୟକ କରୁଥିଵା ଶିଶୁ ମାନଙ୍କ ପାଇଁ କନ୍ଧମାଳ ଶିଶୁ ମଙ୍ଗଳ ସମିତିର ଭ୍ରାମ୍ୟମାଣ ଅଦାଲତ କ୍ୟାମ୍ପ୍ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ କୋଟଗଡ ଗୋଷ୍ଠିଉନ୍ନୟନ ଅଧିକାରୀ ଅର୍ଜୁନ ପ୍ରଧାନ ଯୋଗ ଦେଇ ଉଦଘାଟନ କରି […]

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ରାଶି ପ୍ରଦାନ ପତ୍ର ପ୍ରଦାନ :ହେଲେ ବହୁ ବରିଷ୍ଠ ପ୍ରତିଭାବାନ କଳାକାର ନିରାଶ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ସ୍ଥିତ ବ୍ଲକ କାର୍ଯାଳୟ ରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ବାଲିଗୁଡା ବ୍ଲକ ଗ୍ରାମାଞ୍ଚଳ ର 26 ଜଣ କଳାକାର ଏବଂ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର ୮ ଜଣ କଳାକାର ଙ୍କୁ କଳାକାର ସହାୟତା ରାଶି ପ୍ରଦାନ ପତ୍ର ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ବିଡ଼ିଓ ଶଶାଙ୍କଶେଖର ପାତ୍ର ଙ୍କ ଉପସ୍ଥିତିରେ ପ୍ରଥମ ପର୍ଯ୍ୟାୟ ରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧକ୍ଷା […]

ନରେଗା ଯୋଜନା ଅର୍ଥ ଆତ୍ମ ସାଥ,ତତ୍କାଳୀନ ସରପଞ୍ଚ ଓ ଅବସରପ୍ରାପ୍ତ ପିଇଓ ଙ୍କୁ ସଶ୍ରମ କାରାଦଣ୍ଡ ଓ ଜୋରିମାନା

ମଫୁଲବାଣୀ (ସୁନୀଲ ପଟନାୟକ )ମନରେଗା ଯୋଜନା ଅର୍ଥ ଆତ୍ମ ସାଥ ମାମଲା ର ବିଚାର କରି ଫୁଲବାଣୀ ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ବିଚାରପତିସୋମବାର ବୌଦ୍ଧ ଜିଲ୍ଲା ଖୁଣ୍ଟ ବନ୍ଧ ପଂଚାୟତ ପୂର୍ବତନ ସରପଞ୍ଚ ସୌମିତ୍ରୀ ମିଶ୍ର ଓ ଅବସରପ୍ରାପ୍ତ ପିଇଓ ଗୌର ହରି ସାହୁ ଙ୍କୁ ସଶ୍ରମ କାରାଦଣ୍ଡାଦେଶ ସହ ଜୋରିମାନା ଆଦେଶ ଦେଇଛନ୍ତି lସରପଞ୍ଚ ସୌମିତ୍ରି ମିଶ୍ର ଙ୍କୁ ଦୁଇବର୍ଷ ସଶ୍ରମ କାରାଦଣ୍ଡ ସହ ଦଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଥିବାବେଳେ ପି ଈଓ […]

କନ୍ଧମାଳ ରେ ଗଛମୂଳେଚାଲିଛି ସ୍ୱାସ୍ଥ୍ୟ ମେଳା

ଫୁଲବାଣୀ ସୁନୀଲ ପଟନାୟକ )ଗଛରେ ଲାଗିଛି ସ୍ୱାସ୍ଥ୍ୟ ମେଳା ବେନର l ଆଉ ଗଛ ମୂଳେ ଚାଲିଛି ସ୍ୱାସ୍ଥ୍ୟ ସେବା l ସେ ପୁଣି ଅପରିଷ୍କାର ପରିବେଶ ରେ lସରକାର ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଲାଗି କୋଟିକୋଟି ଟଙ୍କା ଖର୍ଛ କରୁଛନ୍ତିl ହେଲେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲାରେ ଗଛ ମୂଳେ ଅପରିଷ୍କାର ପରିବେଶ ରେ ସ୍ୱାସ୍ଥ୍ୟ ସେବା ଚାଲିଥିବା ଦେଖିବାକୁ ମିଳୁଛି ଏ ଭଳି ଦୃଶ୍ୟ ବାଲିଗୁଡା ବ୍ଲକ ଵାଟା ଗୁଡ଼ା ରେ […]

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି
ନେଇ ଯୁବ ବିଜେପିର ପ୍ରତିକ୍ରିୟା

ଫୁଲବାଣୀ (ସୁନୀଲ ପଟନାୟକ)ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗୁଡ଼ୁଥିବା ନେଇ କନ୍ଧମାଳ ବିଜେପି ଯୁବମୋର୍ଚ୍ଚା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ରବିବାର ଫୁଲ ବାଣୀ ପ୍ରେସ କ୍ଲବ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କହଁର, ସାଧାରଣ ସଂପାଦକ ଜଗନ୍ନାଥ ସାହୁ, ସେକ୍ରେଟେରୀ ଗୌତମ ମଲିକ, ଉପସଭାପତି ଚନ୍ଦ୍ରଶେଖର ପଣ୍ଡା, ମଣ୍ଡଳ ସଭାପତି ଆଦିତ୍ୟ କହଁର ପ୍ରମୁଖ ଯୋଗଦେଇ ଦିନକୁ ଦିନ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଲାଣି .କ୍ୟାବ ନେଟ […]

ବିଶ୍ୱଶାନ୍ତି ପଞ୍ଚମହାଯଜ୍ଞ ପାଇଁ କଳସ ଯାତ୍ରା

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ର ସର୍ବ ପୁରାତନ ଓ଼ ବୃହତ୍ତମ ନୂଆସାହି ରେ ବିଶ୍ୱ ଶାନ୍ତି ପଞ୍ଚମହାଯଜ୍ଞ ପାଇଁ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ନୂଆସାହି ଗ୍ରାମ୍ୟ କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ପାଞ୍ଚଦିନ ବ୍ୟାପି ଚାଲୁରହିବ l ଆଜି ସକାଳୁ ବାଲିଗୁଡା ର ଅଧିଷ୍ଠାତ୍ରୀ ଦେବୀ ମାଆ ଦୁର୍ଗା ପାଟ୍ଟଖଣ୍ଡା ବରାଳଦେବୀ ଙ୍କ ଠାରୁ ଆଜ୍ଞା ମାଳ ଆଣା ଯାଇଥିଲା ପରେ ସ୍ଥାନୀୟ ଖଡ଼ଗ ନଦୀ ରୁ […]

କନ୍ଧମାଳ ର ଅପହଞ୍ଚ ଇଲାକା ବିଲାବାଡ଼ି ପଂଚାୟତ ର 11ଟି ଗ୍ରାମକୁ ରାସ୍ତା ନାହିଁ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ରଖଜୁରୀପଡା ବ୍ଲକ ର ବିଲାବାଡି ପଂଚାୟତ ଏକ ଦୁର୍ଗମ ଓ ଅପହଞ୍ଚ ଇଲାକାଭାବେ ପରିଚିତ !ସ୍ୱାଧୀନତା ର ଦୀର୍ଘ 75 ବର୍ଷ ପରେ ମଧ୍ୟ କାକେନ୍ଦ୍ରୀ ରୁ ବିଲାବାଡ଼ି ପ୍ରାୟ ଦଶ କିମି ରାସ୍ତା ଏଯାଏଁ ନିର୍ମିତ ହୋଇ ପାରିଲା ନାହିଁ!ପଂଚାୟତଅନ୍ତର୍ଗତ ଏଗାର ଟି ଗ୍ରାମକୁ ରାସ୍ତା ନାହିଁ! ବିଦ୍ୟୁତ ସଂଯୋଗ ମଧ୍ୟ ନାହିଁ!ତିନି କିମି ରାସ୍ତା ଜଗଁଲ ଜମି ରେ ଯାଉଛି! ରାସ୍ତା ପାଇଁ ଜଙ୍ଗଲ ବିଭାଗ ର […]

ଫିରିଙ୍ଗିଆ ପୋଲିସ ର ସଫଳତା ୮ କୁଇଣ୍ଟାଲ ରୁ ଊର୍ଧ୍ଵ ଗଂଜେଇ ଜବତ

ଫୁଲବାଣୀ (ସୁନୀଲ ପଟନାୟକ )ସୋମବାର ଫିରିଙ୍ଗିଆ ପୋଲିସକୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ନେତ୍ତୃତ୍ଵରେ ପୋଲିସ ଟିମ ଉପର ପାଙ୍ଗା ପଂଚାୟତ ର ଶିକାରୀ ଗ୍ରାମ ନିକଟ ଜଙ୍ଗଲ ରେ ଏକ କୁଡ଼ିଆ ଘର ଉପରେ ଚଢ଼lଉ କରି ୮ କୁଇଣ୍ଟାଲ୨ ୫ କେଜି ଗଂଜେଇ ଜବତ କରିଛି l ବହୁ ପରିମାଣ ର ଗଂଜେଇ ଚୋରା […]