#Breaking News

ଗୋପବନ୍ଧୁ ସ୍ନାତକ ମହିଳା ମହାବିଦ୍ୟାଳୟ ରେ ୭ଦିନିଆ ଶୀତକାଳୀନ ସ୍ବେଛାସେବୀ ଶିବିର ଉଦଘାଟିତ

ଆଠଗଡ ( ଉଲ୍ଲାପ୍ର )ଆଠଗଡ ଗୋପବନ୍ଧୁ ସ୍ନାତକ ମହିଳା ମହାବିଦ୍ୟାଳୟ ଠାରେ NSS ତରଫରୁ ୭ଦିନିଆ ଶୀତକାଳୀନ ସ୍ବେଛାସେବୀ ଶିବିର ଉଦଘାଟିତ ହୋଇଯାଇଛି, ଏହି ଶିବିରକୁ ରାଜ୍ୟ NSS ସଂସ୍ଥାର ମୁଖ୍ୟ ତଥା ଖୁଣ୍ଟୁଣୀ ରାଧାନାଥ ରଥ ମହାବିଦ୍ୟାଳୟ ର ଅଧ୍ୟାପକ ମନୋରଞ୍ଜନ ମହାନ୍ତି ଉଦଘାଟନ କରିଛନ୍ତି, ମହିଳା ମହାବିଦ୍ୟାଳୟ ର ଜାତୀୟ ସେବା ସଂସ୍ଥାର ମୁଖ୍ୟ ବସିରା ବେଗମଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ମହାନ୍ତି କହିଥିଲେ ରାଜ୍ୟ ସରକାର ଏହି ଯୋଜନାଟିକୁ ପ୍ରତେକ ଛାତ୍ରଛାତ୍ରୀ ଙ୍କ ନିକଟରେ ପହଞ୍ଚାଇବା ପାଇଁ ସମସ୍ତ ଛାତ୍ରଛାତ୍ରୀ ନିଜକୁ ଜନସେବାରେ ବ୍ରତୀ ହେବାକୁ ହେଲେ ଏହି ଯୋଜନାଟିକୁ ଆପଣେଇ ବାକୁ ପଡିବ ଏବଂ ଜଣେ ଜଣେ ସ୍ବେଛାସେବୀ ହୋଇପାରିବ ବୋଲି କହିଥିଲେ, ଏହି ଅବସରରେ ସ୍ନାତକ ମହିଳା ମହାବିଦ୍ୟାଳୟ ର ଅଧକ୍ଷା ସଂଗୀତା ମହାପାତ୍ର ଯୋଗଦେଇ ଥିବା ବେଳେ ବରିଷ୍ଠ ଅଧ୍ୟାପିକା ବବିତା ସାହୁ ଯୋଗଦେଇଥିଲେ, ଏହି ଶିବିରରେ ଯୋଗ ଦେଇଥିବା ସମସ୍ତ ଛାତ୍ରୀ ସାତଦିନ ଏହି ଶିବିରରେ ରହି ଜାତୀୟ ସେବା ଯୋଜନାରେ ନିଜକୁ ନିୟୋଜିତ କରିବା ସହିତ ଏହି ଶିବିର ସମ୍ପର୍କରେ ବହୁ ତଥ୍ୟ ଜାଣିପାରିବେ ବୋଲି ମତ ପ୍ରକାଶ ପାଇଥିଲା,

Leave a comment

Your email address will not be published. Required fields are marked *