ଜିଲ୍ଲା ସ୍ତରୀୟ କ୍ରୀଡ଼ା ମହୋତ୍ସବ ଉଦଘାଟିତ

Udaya_Labanya | February 3, 2023 | 7 views |0 | Breaking News


ଫୁଲବାଣୀ
ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅନୁକୁଲ୍ୟରେ ଶୁକ୍ରବାର ଫୁଲବାଣୀ ବ୍ଲକ ଅନ୍ତର୍ଗତ ବଇ ଡା ଦିନlରସିଂ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ କ୍ରୀଡ଼ା ମହୋତ୍ସବ ଉଦଘାଟିତ ହୋଇଯାଇଛି l
ଏହି ଅବସରରେ କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିବା ସହ କ୍ରୀଡ଼ା ଦ୍ୱାରା ପିଲାମାନଙ୍କ ସ୍ୱାସ୍ଥ୍ୟ ଭଲ ରହିବା ସହ ପରସ୍ପର ମଧ୍ୟରେ ବନ୍ଧୁତା ଓ ଭାଇଚାରା ସୃଷ୍ଟି କରିବ ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳଧିକାରୀ ସିମାଞ୍ଚଳ ବେହେରା, ଅତିରିକ୍ତ ମଙ୍ଗଳ ଅଧିକାରୀ ଜଗ ଜୀବନ ବଗର୍ତି, ଶିକ୍ଷା ମଣ୍ଡଳାଧୀଶ ସୁଜାତା ବେହେରା, ଶିକ୍ଷା ନିରୀକ୍ଷକ ସୁଧୀର ଡିଗାଲ, ଗୋଛାପଡା ସ୍କୁଲ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ, ବଇଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ଜୟଲlଲ ନାୟକ, ଫିରିଙ୍ଗିଆ ହାଇସ୍କୁଲ ପ୍ରଧାନ ଶିକ୍ଷକ କୈଳାସ ସିଂ, ପ୍ରମୁଖ ଯୋଗ ଦେଇ ଉନ୍ନତ ମାନର ଖେଳ ପ୍ରଦର୍ଶନ କରିଥିବା ଛାତ୍ର, ଛାତ୍ରୀଙ୍କୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବା ଲାଗି ମନୋନୀତ କରାଯିବ ବୋଲି କହିଥିଲେ l ଏହି ପ୍ରତିଯୋଗିତା ରେ ଜିଲାର ସମସ୍ତ ସ୍କୁଲ ର ହଜାରରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ l
ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଫୁଟବଲ, ଖୋ. କୋ, କବାଡି, ହକି ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ lଏହି କ୍ରୀଡ଼ା ପ୍ରତିଯୋଗିତା ଆସନ୍ତା ୬ ତାରିଖ ଯାଏ ଚାଲିବ l
ବ୍ଲକ ଗ୍ରାମ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରଣବ ପରିଡା, ଖେଳ ଶିକ୍ଷକ କୃଷ୍ଣ ଚନ୍ଦ୍ର ଗୌଡ଼, ସତ୍ୟ ନାରାୟଣ ମୁଖି, ଅକ୍ଷୟ କହଁର, ବୀରେନ୍ଦ୍ର ପରିଡା, ସୁଧୀର ସାହୁ, ଗୁରୁପ୍ରସାଦ ସାହୁ, ତ୍ରିଲୋଚନ ପଣ୍ଡା ପ୍ରମୁଖ ସହଯୋଗକରିଥିଲେ l

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories