#Breaking News

ତାରାତାରିଣୀ ଓ ଶ୍ରୀ ସାଇବାବାଙ୍କ ବାର୍ଷିକୋତ୍ସବ

ଢେଙ୍କାନାଳ (ଉଲ୍ଲାପ୍ର )ଢେଙ୍କାନାଳ ମଧ୍ୟସ୍ଥଳୀ ନୂଆପୋଖରୀ ବା ଭାଗିରଥୀ ସାଗର ହୁଡାରେ ଅଦ୍ୟ ମା ’ ତାରାତାରିଣୀ ଓ ଶ୍ରୀ ସାଇବାବାଙ୍କ ମନ୍ଦିରର ତ୍ରୟୋଦଶତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି । ପ୍ରାତଃରୁ ମଙ୍ଗଳା ଆଳତୀ , ମହାସ୍ନାନ , ନୂତନ ବସ୍ତ୍ର ଓ ବିଭିନ୍ନ ଫୁଲ ହାରରେ ମା’ଙ୍କୁ ସୁସଜିତ କରାଯାଇ ଭୋଗ ଲାଗି କରାଯାଇଥିଲା । ସ୍ଥାନୀୟ ପୋଖରୀରେ ପାଣି ଧାରଣ କରି କଳସ ଯାତ୍ରା କରାଯାଇଥିଲା । ପରେ ସୂର୍ଯ୍ୟପୂଜା , ମଣ୍ଡଳ ପୂଜା , ମା’ଙ୍କ ଷୋଡଶ ଉପଚାର ପୂଜା କରିବା ସହିତ ପଣା ଭୋଗ ମଧ୍ୟ ଲାଗି କରାଯାଇଥିଲା । ପୂର୍ଣ୍ଣାହୁତି ପରେ ଭକ୍ତମାନେ ପ୍ରସାଦସେବନ କରିଥିଲେ । ପୂଜକ ପଣ୍ଡିତ ରମେଶ ଚନ୍ଦ୍ର ମିଶ୍ର ଓ ପଣ୍ଡିତ ଅରବିନ୍ଦ ତ୍ରିପାଠୀ ମା’ଙ୍କର ପୂଜାର୍ଚ୍ଚନା କରିଥିଲେ । କର୍ତା କୂଳଦୀପ ପଟ୍ଟନାୟକ ଓ କର୍ତୀ ପୁଷିତ ପଟ୍ଟନାୟକ ଯଜ୍ଞରେ ଉପସ୍ଥିତ ଥିଲେ । ଯୁଦ୍ଧିଷ୍କର ଦାସ , ପ୍ରମିଳା ଦାସ , ମନୋଜ ଦାସ , ଭରତ ଭୂଷଣ ଦାସ ଓ ବହୁ ଅଖପାଖର ଭକ୍ତମାନେ ଉପସ୍ଥିତ ରହି ମା’ଙ୍କର ବିଭୁକୃପା ଲାଭ କରିଥିଲେ ।

Leave a comment

Your email address will not be published. Required fields are marked *