#Breaking News

ପାଣି ପାଇଁ ରାସ୍ତା ଅବରୋଧ. ପ୍ରତିଶୃତି ପରେ ହଟିଲା


ଫୁଲବାଣୀ (ସୁନୀଲ ପଟନାୟକ )
ଖରାଦିନ ନ ଆସୁଣୁ ପାଣି ଚିନ୍ତା l ପନ୍ଦର ଦିନ ହେଲା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ ପ୍ରସାଶନ କୁ ଜଣାଇଲେ ବି ଫଳ ଶୂନl ଫଳରେ ଗ୍ରାମବାସି ବାଧ୍ୟ ହୋଇ ରାଜ ରାସ୍ତା କୁ ଓଲ୍ଲlଇଲେ ଲୋକେ ଏ ଭଳି ପରିସ୍ଥିତି ଦେଖିବାକୁମିଳିଛି ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗୁମା ଗଡ଼ ରେ l ଶେଷରେ ଆଜି ଉତ୍ୟକ୍ତ ମହିଳା ମାନେ ହାଣ୍ଡି, ମାଠିଆ, ବାଲଟି ଧରି ବ୍ରହ୍ମପୁର -ଫୁଲବାଣୀ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ l ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲାl
ଖବରପାଇ ସରପଞ୍ଚ ପ୍ରତାପ କହଁର, ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀ ଇଂ. ହେମ୍ରମ, ସଦର ଥାନା ଅଧିକାରୀ ସମୀର ରାଉତ ପ୍ରମୁଖ ଘଟଣା ସ୍ଥଳ କୁ ଯାଇ ବୁଝାସୁଝା କରିଥିଲେ l ଅତିଶୀଘ୍ର ପାନୀୟ ଜଳ ସମସ୍ୟା ର ସମାଧାନ କରିବା ପାଇଁ ପ୍ରତିଶୃତି ଦେବାପରେ ରାସ୍ତା ଅବରୋଧ ହଟିଥିଲା l

Share this

Leave a comment

Your email address will not be published. Required fields are marked *