ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଗଲା ଯାତ୍ରୀବାହୀ ବସ୍‌ : ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ: ୬ ଯାତ୍ରୀ ଗୁରୁତର

Udaya_Labanya | February 15, 2023 | 7 views |0 | District , Headlines


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଗଲା ଯାତ୍ରୀବାହୀ ବସ୍‌। ଫଳରେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ମଙ୍ଗଳବାର ଅପରାହ୍ନରେ ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କନ୍ଧମାଳ ଜିଲ୍ଲାରେ ଘଟିଛି। ‘ସାଲୁଙ୍କି’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ନିର୍ଦ୍ଧାରିତ ସମୟରେ ମୁନିଗୁଡ଼ାରୁ ଯାତ୍ରୀଙ୍କୁ ଧରି ଫୁଲବାଣୀ ଅଭିମୁଖେ ବାହାରି ଥିଲା। ବସ୍‌ରେ ୩୦ରୁ ଅଧିକ ଯାତ୍ରୀ ଥିଲେ। ତେବେ କନ୍ଧମାଳ ଜିଲ୍ଲା ଦେଇ ଯାଇଥିବା ରାଜ୍ୟ ରାଜପଥର କୋଟଗଡ଼ ଥାନା ପଣ୍ଡାଇର୍ପି ନିକଟସ୍ଥ ମୁଣ୍ଡାସାହି ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇଥିଲା।ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବସ୍‌ଟି ଯାଇ ଗୋଟିଏ ଗଛରେ ପିଟି ହୋଇ ଅଟକି ଯାଇଥିଲା। ସ୍ଥାନୀୟ ଲୋକେ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ୩୦ରୁ ଊର୍ଦ୍ଧ୍ୱ ଆହତ ଯାତ୍ରୀଙ୍କୁ ବସ୍‌ରୁ ଉଦ୍ଧାର କରି କୋଟଗଡ ହସ୍ପିଟାଲରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରିବା ପରେ ଗୁରୁତର ଥିବା ୬ ଜଣ ଯାତ୍ରୀ ମାନଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତୀ କରି ଚିକିତ୍ସା ଜାରୀ ରହିଛି ।ଘଟଣା ସ୍ଥଳରେ କୋଟଗଡ ପୋଲିସ ପହଂଚି ପରିସ୍ଥିତି ଅନୁଧ୍ୟାନ କରି ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି l

Share this

Related Posts

ଅଷ୍ଟପ୍ରହରୀରେ ସମିତିସଭ୍ୟଙ୍କର ଯୋଗଦାନ

Udaya_Labanya | March 25, 2023 | 17 views |0

ଚମ୍ପେଶ୍ୱର( ଉଲ୍ଲାପ୍ର )ବାଗଧରିଆ ଅଷ୍ଟପ୍ରହରୀରେ ସମିତି ସଭ୍ୟ ବିପିନ ପଣ୍ଡାଙ୍କର ଯୋଗଦାନ । ପ୍ରଭୁ ଙ୍କର ଏହି ଅପୂର୍ବ ଲୀଳା ରେ ଯୋଗଦେଇ ବିଭୁ କୃପା ଲାଭ କଲେ ସମିତି ସଭ୍ୟ ବିପିନ ବିହାରୀ ପଣ୍ଡା। ବାଗଧରିଆ ରେ ଶୁକ୍ରବାର ଠାରୁ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories