#Breaking News

ଗେଣ୍ଡୁ ଫୁଲ ଚାଷ କରି
ଫିରିଙ୍ଗିଆ ବ୍ଲକ ର ୫0 ରୁ ଉର୍ଦ୍ଧ ସ୍ବୟଂ ସହାୟକା ଗୋଷ୍ଠୀ ସ୍ୱାବଲମ୍ବୀ ହେଲେ


ଫୁଲବାଣୀ(ସୁନୀଲ ପଟନାୟକ )
ସଭାସମିତି ଠୁ ଆରମ୍ଭ କରି ବିବାହ, ବ୍ରତ, ବିବାହ ବାର୍ଷିକୀ, ଜନ୍ମଦିନ ସବୁଠି ଦିନକୁ ଦିନ ଫୁଲ ର ଚାହିଦା ବଢ଼ିବାରେ ଲାଗିଛି l ଫଳରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାମାନଙ୍କୁ ଫୁଲ ଚାଷ କରିବାଲାଗି ଫିରିଙ୍ଗିଆ ବ୍ଲକ ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତ, ଙ୍କ ଆନ୍ତରିକତା ନିଷ୍ଠାପର ଉଦ୍ୟମ, ଓ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଚଳିତ ବର୍ଷବ୍ଲକ ର ପନ୍ଦର ରୁ ଊର୍ଧ୍ଵ ପଂଚାୟତ ରେ ପାଖପାଖି ୫0ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପଚାଶ ଏକର ଜମିରେ ଗେଣ୍ଡୁ ଫୁଲ ଚାଷ କରିଛନ୍ତି l ଏବେ ଫୁଲ ବିକ୍ରୀ କରି ବେଶ ଲାଭବାନ ହୋଇପାରିଛନ୍ତି ମହିଳା ମାନେ l ପ୍ରଥମ ପର୍ଯ୍ୟାୟ ରେ କିଲୋ ପିଛା ଷାଠିଏ ଟଙ୍କା ଦର ରେ ଫୁଲ ବିକ୍ରୀକରିଥିବା କହିଛନ୍ତି l ଫୁଲବାଣୀ ସମେତ, ରାଜଧାନୀ ଭୁବେନେଶ୍ୱର, ବ୍ରହ୍ମପୁର ଆଦି ଅଂଚଳ ର ବ୍ୟବସାୟୀ ମାନେ ଆଗ୍ରହ ରେ ଗତ ଦୁଇ ସପ୍ତାହ ମଧ୍ୟରେ ଏକ କୁଇଣ୍ଟାଲ ଫୁଲ କିଣି ନେଇଥିବା ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତ କହିଛନ୍ତି l
ଆଗକୁଆହୁରି ଅଧିକା ଫୁଲ ଉତ୍ପାଦନ ହେବ ଆଉ ଗ୍ରୁପ ମହିଳାମାନେ ଭଲଦୁଇ ପଇସା ଲାଭବାନ ହେବେ ବୋଲି ବିଡ଼ିଓ ମହନ୍ତ ଆହୁରି କହିଛନ୍ତି l


ଫୁଲ ବ୍ୟବସାୟୀ ମାନେ ସେମାନଙ୍କ ବଗିଚାରୁ ଫୁଲ ସଂଗ୍ରହ କରିକି ନେବା ଲାଗି ଚୁକ୍ତି କରିଥିବା କହିଛନ୍ତିବିଡ଼ିଓ l ଏହି ଫୁଲ ସେମାନଙ୍କୁ ରୋଜଗାର ଯୋଗାଇ ଥିବାରୁ ବ୍ଲକ ପ୍ରଶାସନ କୁ ଧନ୍ୟ ବାଦ ଜଣାଇଛନ୍ତି ସ୍ବୟଂ ସହାୟିକାଗୋଷ୍ଠୀ ମହିଳା lଫୁଲ ଚାଷ ଦେଖି ଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡିଆର ଡି ଏ ବିଶ୍ୱରଂଜନ ନାୟକ ଖୁସିବ୍ୟକ୍ତ କରିବା ସହ ଆଗାମୀ ଦିନରେଫୁଲ ଚାଷ ପ୍ରତି ଗୁରୁତ୍ୱ ଦେଇ ଅଧିକା ଚାଷ କରାଯିବା ଲାଗି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି l

https://youtu.be/MZrCSqd0JJs

Leave a comment

Your email address will not be published. Required fields are marked *