#Breaking News

ବିଶ୍ୱ କପ ହକି ଟ୍ରଫି ଟୁର ପାଇଁ କନ୍ଧମାଳ ପୁରସ୍କୃତ


ଫୁଲବାଣୀ(ସୁନୀଲ ପଟନାୟକ )
ବିଶ୍ୱ କପ ହକି ର ବ୍ୟାପକ ପ୍ରଚାର ପ୍ରସାର ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ପୁରସ୍କୃତ ହୋଇଛି l ବୁଧବାର ଭୁବେନଶ୍ୱର ଠାରେ ଆୟୋଜିତସମ୍ବର୍ଧନା ଉତ୍ସଵ ରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବର୍ଦ୍ଧିତ କରିଥିଲେl
ମୁଖ୍ୟମନ୍ତ୍ରୀ ଙ୍କ ସମେତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଫାଇବ ଟି ସଚିବ ଭି. କେ ପାଣ୍ଡିଆନ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ lସୂଚନା ଯୋଗ୍ୟ ଯେ, ଗତ ତାରିଖ ଦିନ ବିଶ୍ୱକପ ହକି ର ଟ୍ରଫି କୁ ପ୍ରଶାସନ ପକ୍ଷରୁ ବିପୁଳ ସ୍ଵାଗତ ସମ୍ବର୍ଧନା ଦିଆଯାଇଥିଲା ଓ ହଜାର ହଜାର ଲୋକ ନାଚଗୀତ ର ତାଳେତାଳେ ସହର ପରିକ୍ରମା କରି ସ୍ୱାଗତକରିଥିଲେ l
ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ଼ିଲ୍ଲା ପରିଷଦ ବିଶ୍ୱ ରଞ୍ଜନ ନାୟକ,ଉପଜିଲାପାଳ ସେସଦେବ ମିଶ୍ର, ବିଡ଼ିଓ ପ୍ରବୀଣ କୁମାର ବାଣୁଆ, ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରା ପ୍ରମୁଖ ନିଷ୍ଠା, ଆନ୍ତରିକତା ଓ ଦାଇତ୍ୱ ର ସହସୁ ପରିଚାଳନା ଦ୍ୱାରା ଏହା ସଫଳ ହୋଇଥିଲା l
ପୁରସ୍କାର ପାଇବା ପରେଜିଲାପାଳ ଆଶିଷ ଈଶ୍ୱର ପାଟିଲ ଖୁସି ବ୍ୟକ୍ତ କରିବା ସହ ସମସ୍ତଙ୍କ ସହଯୋଗ ଓ ଆଗ୍ରହ ଯୋଗୁଁ ସଂଭଵ ହୋଇଥିବା କହିଥିଲେ l

Leave a comment

Your email address will not be published. Required fields are marked *