#District #Headlines

ପ୍ରଶାସନ ପକ୍ଷରୁ ଛାତ୍ର ଛାତ୍ରୀ ଙ୍କ ପାଇଁ କ୍ୟାରିୟର କାଉନସିଲିଙ୍ଗ


ଫୁଲବାଣୀ(ସୁନୀଲ ପଟନାୟକ )
ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା,ଫୁଲବାଣୀ ଓ ଜିଲ୍ଲା ଇ ପାଠାଗାର ମିଳିତ ଉଦ୍ୟୋଗ ରେ କ୍ୟାରିଅର କାଉନସେଲିଂ କାର୍ଯ୍ୟକ୍ରମ ଆଇଟିଡିଏ କନଫରେନ୍ସ ଗୃହ ରେ ଅନୁଷ୍ଠିତ ହୋଇଥିଲା l
ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ନରେଶ ଚନ୍ଦ୍ର ଶବର ଙ୍କ ସଭାପତିତ୍ବ କରି ବିଭିନ୍ନ ବିଷୟ ରେ ନିଜର କ୍ୟାରିଅର ଗଢିବାକୁ ପ୍ରଶିକ୍ଷଣ ଦିଆଯାଉଥିବା ରୁ ଏହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ରେ ବେଶ ସହାୟକ ହେବ ବୋଲି କହିଥିଲେ l
ଏଥିସହ ଶ୍ରୀ ଶବର ସିଭିଲ ସର୍ଭିସ୍ ରେ ନିଜର ଅଭିଜ୍ଞତା ସମ୍ପର୍କରେ କହିଥିଲେ l ଆଗାମୀ ପ୍ରତି ମାସରେ ଜିଲ୍ଲାପାଳ ଙ୍କ ପ୍ରତ୍ୟକ୍ଷ ତତ୍ୱବଧାନ ରେ ଏପରି କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଆୟୋଜନ ବିଷୟରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନିନ୍ଦ୍ୟ ସୁନ୍ଦର ଇଞ୍ଜିନିୟରିଂ ପ୍ରସ୍ତୁତି ଓ ପରୀକ୍ଷା ସହ ଗେଟ୍ ନେଟ୍ ବିଷୟରେ କାଉନସେଲିଂ ସମ୍ପର୍କରେ ବୁଝାଇବା ସହ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ର ଡଃ. ବିଜୟ କୃଷ୍ଣ ମିଶ୍ର ଡାକ୍ତରୀ ବିଭାଗରେ ଭବିଷ୍ୟତ ଗଢ଼ିବା ଦିଗରେ ପ୍ରଶିକ୍ଷଣ ଦେଇଥିଲେ। ସେହିପରି ନବ ନିଯୁକ୍ତ ଓଏଏସ ଟ୍ରେନିଂ ଅଫିସର ଶୁଭଶ୍ରୀ ରଥ, ଅଞ୍ଜଳି ମାଝୀ, ବିକ୍ରମ କେଶରୀ ନାୟକ, ମଣ୍ଟୁ ଖମାରୀ ସିଭିଲ ସର୍ଭିସ ର ପରୀକ୍ଷା ଓ ଏଥିରେ କିପରି ନିଜର ଅନୁଭୂତି ସହ ଅତ୍ୟାଧୁନିକ ପ୍ରଣାଳୀ ଓ ୱେବସାଇଟ ଆଦି ଉପରେ କାଉନସେଲିଂ କରିବା ସହ ଅଂଶଗ୍ରହକାରୀଙ୍କ ପ୍ରଶ୍ନ ର ଉତ୍ତର ରଖିଥିଲେ । ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ଓ ଜିଲ୍ଲା ଇ ପାଠାଗାର ର ୧୫୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଲାଇବ୍ରେରୀୟାନ୍ ଶିବ ସୁନ୍ଦର ସାହୁ ଓ ଜୀବିକା ବିଶେଷଜ୍ଞ ବୈଦ୍ୟନାଥ ଖଟୁଆ ପରିଚାଳନା କରିଥିଲେ।

Leave a comment

Your email address will not be published. Required fields are marked *