କୋହ୍ଲଣ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ‘ମାତୃଭାଷା ଦିବସ’ଅନୁଷ୍ଠିତ ହୋଇଯାଇଛି

Udaya_Labanya | February 22, 2023 | 29 views |0 | Breaking News , Education & Job , Tourism & Cultire


ଆଜି କୋହ୍ଲଣ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ପକ୍ଷରୁ ବିଭାଗୀୟ ମୁଖ୍ୟ ଡ଼କ୍ଟର ହରିହର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ମାତୃଭାଷା ଦିବସ ଅନୁଷ୍ଠିତ ହୋଇଯାଇଛି |ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ ଚକ୍ରଧରପୁରର ଓଡ଼ିଆ ଭାଷା ଆନ୍ଦଳନର ଜଣେ ଅଗ୍ରଦୂତ କର୍ମକର୍ତ୍ତା ଶ୍ରୀଯୁକ୍ତ ମାନବେନ୍ଦ୍ର ମିଶ୍ର |ଡ଼କ୍ଟର ପ୍ରଧାନ ମାତୃଭାଷାର ପ୍ରଚାର ଓ ପ୍ରସାର ଦିଗରେ ବକ୍ତବ୍ୟ ରଖି ମାତୃଭାଷାର ବିକାଶ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ସଂକଳ୍ପ କରାଇଥିଲେ |ଏବଂ ଶ୍ରୀଯୁକ୍ତ ମିଶ୍ର ମାତୃଭାଷାକୁ କିପରି ବିଛିନାଞ୍ଚଳ ମାନଙ୍କରେ ବଞ୍ଚାଇ ରଖାଯାଇ ପାରିବ, ସେ ସମ୍ପର୍କରେ ବିଭିନ୍ନ ମତ ଉପସ୍ଥାପନ କରିଥିଲେ |ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିକାଶ ନାୟକ,ଶ୍ରଦ୍ଧାଞ୍ଜଳି ମହାନ୍ତ, ମୃତ୍ୟୁଞ୍ଜୟ ମିଶ୍ର, ରାଜ କୁମାର ମହାନ୍ତ, ଅନୁସୟା ସେଠି, ଅନୁରାଧା ପାତ୍ର ପ୍ରମୁଖ ନିଜ ମାତୃଭାଷାରେ ସୃଜନଶୀଳତାକୁ ଗୁରୁତ୍ୱ ଦେଇ ମାତୃଭାଷାର ବିକାଶ କିପରି କରାଯାଇ ପାରିବ ସେ ସମ୍ପର୍କରେ ସୁଚିନ୍ତିତ ମତ ଉପସ୍ଥାପନ କରିବା ସହିତ ପ୍ରଶାସନିକ କାର୍ଯ୍ୟରେ ମାତୃଭାଷାର ତ୍ରୁଟି ବିଚ୍ୟୁତି ଦର୍ଶାଇ ଥିଲେ ଅନ୍ୟାନ୍ୟ ଛାତ୍ରଛାତ୍ରୀ ମାନେ ମଧ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ମାତୃଭାଷାର ପ୍ରଚାର ପ୍ରସାରର ଗୁରତ୍ୱ ସମ୍ପର୍କରେ ବର୍ଣ୍ଣନା କରିଥିଲେ |ଶେଷରେ ବିଭାଗୀୟ ଶିକ୍ଷା ସହାୟିକା ସୁଷମା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ |

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 8 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 18 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories