#Breaking News #Crime

ଦମ୍ପତିଙ୍କ ଠାରୁ ଲୁଟ ମାମଲା
ଲକ୍ଷେ ଟଙ୍କା ଉଦ୍ଧାର, ଜଣେ ଗିରଫ


ଢେଙ୍କାନାଳ(ଉଲ୍ଲାପ୍ର )ଢେଙ୍କାନାଳ ସହର ମଧ୍ୟସ୍ଥ କାଞ୍ଚନ ବଜାର ଅଞ୍ଚଳରୁ ଗତ ୧୬ ତାରିଖରେ ସ୍ପଷ୍ଟ ଦିବାଲୋକରେ ଲୁଟ ହୋଇଥିଲା l ସ୍କୁଟିରେ ଯାଉଥିବା ଦମ୍ପତିଙ୍କ ଠାରୁ ଲକ୍ଷେ ଟଙ୍କା ଝାମ୍ପି ଦୁର୍ବୁତ୍ତ ମାନେ ଫେରାର ହୋଇଯାଇଥିଲେ l ଏହି ଘଟଣାରେ ପୁଲିସ ଆଜି ଜଣକୁ ଗିରଫ କରିଛି l ଗିରଫ ଜଣଙ୍କ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଇଲାକା ପକଲାପଲ୍ଲୀ ଗ୍ରାମର ସୁରେଶ ଦାସ (୩୬) l ସୁରେଶ ନିଜ ଘରେ ଲୁଚିଥିବା ବେଳେ ପୁଲିସ ତାକୁ ଗିରଫ କରିଥିବା ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ର ମଙ୍ଗଳବାର ଅନୁଷ୍ଠିତ ସାମ୍ବାଦିକ ସମିଳନୀରେ ପ୍ରକାଶ କରିଛନ୍ତି l ଏଥିସହ ଲୁଟ ହୋଇଥିବା ୧ ଲକ୍ଷ ଟଙ୍କାକୁ ଲୁଟେରା ଠାରୁ ଉଦ୍ଧାର କରାଯାଇଛି l ଲୁଟରେ ବ୍ୟବହୃତ ବାଇକକୁ ପୁଲିସ ଜବତ କରିଛି l ଏହି ଲୁଟେରା ଦ୍ୱୟ ଗତ ୪ ତାରିଖରେ ଗଁଦିଆ ବଜାରରୁ ଡିକି ଭାଙ୍ଗି ୧୨ ହଜାର ଟଙ୍କା ଲୁଟ୍ ଘଟଣାରେ ସଂପୃକ୍ତି ରହିଥିଲେ । ଏହି ମାମଲାରେ ମଧ୍ୟ ଲୁଟେରା ସୁରେଶଠାରୁ ପୁଲିସ୍ ୫ ହଜାର ଟଙ୍କା ଉଦ୍ଧାର କରିଛି । ସୂଚନା ଅନୁସାରେ, ଗତ ୧୬ ତାରିଖ ମଧ୍ୟାହ୍ନ ୧୨ ଟାରେ ଢେଙ୍କାନାଳ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରୁ ଲକ୍ଷେ ଟଙ୍କା ଉଠାଇ କାରିଗର ସାହିର ସୁନନ୍ଦା ରାଉତ ଓ ତାଙ୍କ ସ୍ୱାମୀ ହେମନ୍ତ ରାଉତ ଏକ ଆକ୍ଟିଭା ସ୍କୁଟିରେ ନିଜ ଘରକୁ ଫେରୁଥିଲେ l ସୁନନ୍ଦା ଗାଡ଼ି ପଛରେ ଟଙ୍କା ଭର୍ତି ଜରି ବ୍ୟାଗ ଧରି ବସିଥିଲେ l ମଧ୍ୟାହ୍ନ ସାଢ଼େ ୧୨ ଟା ସମୟରେ ଆନନ୍ଦବଜାରରେ ଟଙ୍କା ଭର୍ତି ଜରି ବ୍ୟାଗକୁ ବାଇକରେ ଆସିଥିବା ୨ ଦୁର୍ବୁତ୍ତ ଝାମ୍ପି ନେଇ ପଳାଇଥିଲେ l ଦୁର୍ବୁତ୍ତଙ୍କୁ ଗୋଡ଼ାଇବା ବେଳେ ସୁନନ୍ଦା ଗାଡ଼ିରୁ ଖସି ପଡ଼ି ଆହତ ହୋଇଥିଲେ l ପୁଲିସ୍ ଏହି ମାମଲାର ତ୍ୱରିତ ତଦନ୍ତ କରି ଆସ୍କା ପୁଲିସ୍ ସହାୟତାରେ ପକଲାପଲ୍ଲୀରୁ ସୁରେଶକୁ ଗିରଫ କରିବା ସହ ତାର ସହଯୋଗୀ ସେହି ଗ୍ରାମର ଏ. ରଞ୍ଜିତ ରାଓ ଘଟଣାସ୍ଥଳରୁ ଖସିଯିବାକୁ ସକ୍ଷମ ହୋଇଥିଲା । ପୁଲିସ୍ ସୁରେଶଠାରୁ ଲୁଟ୍ ହୋଇଥିବା ସମସ୍ତ ୧ ଲକ୍ଷ ଟଙ୍କା ଓ ଅପରାଧରେ ବ୍ୟବହୃତ ଏକ ମଟର ସାଇକେଲ (ନଂ.ଓଡି ୩୨ ଡି ୦୧୬୪)କୁ ଜବତ କରିଥିଲା । ଅଧିକ ତଦନ୍ତ ପରେ ସୁରେଶ ଓ ରଞ୍ଜିତ ଏରାଗୋଲା ଗ୍ୟାଙ୍ଗ୍ର ସଦସ୍ୟ ବୋଲି ଜାଣିବାକୁ ପାଇଥିଲା । ସୁରେଶର ରାଜ୍ୟର ବିଭିନ୍ନ ସ୍ଥାନରେ ଲୁଟ୍ପାଟ, ଛିନ୍ତାଇ ଓ ଡକାୟତି ଘଟଣାରେ ସଂପୃକ୍ତି ରହିଛି । ଜାମିନ୍ରେ ଆସି ପୁନଶ୍ଚ ଏହି ଗ୍ୟାଙ୍ଗ୍ରେ ରହି ଅପରାଧିକ କାର୍ଯ୍ୟକଳାପ ଜାରି ରଖିଛି । ଫେରାର ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍ପି ପୁରୁଷୋତ୍ତମ ସେଠୀ ଓ ଭବାନୀ ଶଙ୍କର ଉଦ୍ଗାତା, ସଦର ଏସ୍ଡିପିଓ ସୂର୍ଯ୍ୟମଣୀ ପ୍ରଧାନ, ଟାଉନ୍ ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ମହାପାତ୍ର, ତଦନ୍ତକାରୀ ଅଧିକାରୀ ଶାନ୍ତନୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *