#Breaking News #District

ଫୁଲବାଣୀ ପୌରପରିଷଦରେ ଅଧ୍ୟକ୍ଷା ଓ
ଇଓ ବିବାଦ, ଉନ୍ନୟନ୍ନ କାର୍ଯ୍ୟ ଠପ


ଫୁଲବାଣୀ(ସୁନୀଲପଟନାୟକ)
ନିର୍ବାଚନ ପରଠାରୁ ସବୁକିଛି ଠିକ ଠାକ ଚାଲିଥିଲା। ଫୁଲ ବାଣୀ ସହରରେ ଉନ୍ନୟନ୍ନ ମୂଳକ କାର୍ଯ୍ୟ ମଧ୍ୟ ପ୍ରତ୍ୟେକ ୱ ୲ର୍ଡରେ ଯୋରସୋରରେ ଚାଲିଥିଲା। ରାସ୍ତାଘାଟ ଡ୍ରେନ ନିର୍ମାଣ,ବିଦ୍ୟୁତ ଯୋଗାଣ,ସଫେଇ ଆଦିରେ ଜନ ସାଧାରଣ ମଧ୍ୟ ବେଶ ଖୁସିଥିଲେ । ହେଲେ ଗତ ଦୁଇ ସପ୍ତାହ ହେଲା କୁ ଆଡେ
ପୌର ନିର୍ବାହୀ ଅଧିକାରୀ ଓ ପୌରାଧକ୍ଷାଙ୍କ ସହ ତୁ …ତୁ .ମେ.. ମେ ଚାଲିଛି। ଫଳରେ ଉନ୍ନୟନ କାର୍ଯ୍ୟ ଠପ ହୋଇଯାଇଛି କହିଲେ ଚଳେ। କିଏ କାହାର ମୁହଁ ଚାହାଁଚାହିଁ ନ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନିକଟରେ ନିର୍ବାହୀ ଅଧିକାରୀଙ୍କ ଚାମ୍ବର ମଧ୍ୟ ତାଲା ଠୁକି ଦେଇଥିଲେ। ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ତାଲା ଫିଟିଥିଲା। ତେବେ କାହିଁକି ଓ କଣ ପାଇଁ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଲା ସଠିକ ଭାବେ କିଏ କହୁନ ଥିବାବେଳେ ଠିକା କାମ ଓ ଅର୍ଡର ସପ୍ଲାୟରକୁ ନେଇ ମତାନ୍ତର ହୋଇଥିବା ନେଇ ଆଲୋଚନା ଚାଲିଛି ।
ଉଭୟଙ୍କ ମଧ୍ୟରେ ମତାନ୍ତର ଯୋଗୁଁ ବହୁ ବିଲ ପଇଠ ନ ହୋଇ ପଡିଛି। ଫଳରେ ଠିକାଦାରମାନେ ପ୍ରାପ୍ୟ ନ ପାଇ ହନ୍ତସନ୍ତ ହେଉଥିବା କହିଛନ୍ତି । ଏଣୁ ସହରବାସୀଙ୍କ ସ୍ଵାର୍ଥ ଦୃଷ୍ଟିରୁ ନିର୍ବାହୀ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷାକରିବା ସହ ସୁସଂପର୍କ ରଖି କାଉନସିଲର ଓ ଅଧକ୍ଷା ସମସ୍ତେ ମିଳିମିଶି ସାମୁହିକ ସ୍ୱାର୍ଥ କୁଦୃଷ୍ଟିରେ ରଖି କାର୍ଯ୍ୟ କରିବା ଜରୁରୀ ହୋଇପଡିଛି। ଅନ୍ୟଥା ସହରବାସୀ ଏହାକୁ କେବେ କ୍ଷମା ଦେବେନି ବୋଲି ସମାଜସେବୀ ଅଶୋକ ପରୀଡ଼ା କହିଛନ୍ତି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *