#Breaking News #Health

କନ୍ଧମାଳ ରେ ଗଛମୂଳେଚାଲିଛି ସ୍ୱାସ୍ଥ୍ୟ ମେଳା


ଫୁଲବାଣୀ ସୁନୀଲ ପଟନାୟକ )
ଗଛରେ ଲାଗିଛି ସ୍ୱାସ୍ଥ୍ୟ ମେଳା ବେନର l ଆଉ ଗଛ ମୂଳେ ଚାଲିଛି ସ୍ୱାସ୍ଥ୍ୟ ସେବା l ସେ ପୁଣି ଅପରିଷ୍କାର ପରିବେଶ ରେ l
ସରକାର ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଲାଗି କୋଟିକୋଟି ଟଙ୍କା ଖର୍ଛ କରୁଛନ୍ତିl ହେଲେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲାରେ ଗଛ ମୂଳେ ଅପରିଷ୍କାର ପରିବେଶ ରେ ସ୍ୱାସ୍ଥ୍ୟ ସେବା ଚାଲିଥିବା ଦେଖିବାକୁ ମିଳୁଛି ଏ ଭଳି ଦୃଶ୍ୟ ବାଲିଗୁଡା ବ୍ଲକ ଵାଟା ଗୁଡ଼ା ରେ ଦେଖିବାକୁ ମିଳିଛି l
ଵାଟାଗୁଡ଼ା କମ୍ୟୁନିଟି ହେଲଥ ଅଫିସର ମଧୁସ୍ମିତା ବେହେରା ଗ୍ରାମାଞ୍ଚଳ ର ଯକ୍ଷ୍ମା ପୀଡିତ ମହିଳାମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ପଚାରିବୁଝିବା ସହମାଗଣା ଔଷଧ ଓ କିଛି ଖାଦ୍ୟ ସାମଗ୍ରି ପ୍ରଦାନ କରିଥିଲେ l
ତେବେ ଟିବି, ଲେପରସି, ଏଡ଼ସ, କ୍ୟାନ୍ସର ଆଦି ରୋଗୀଙ୍କ ଫୋଟ ଉଠାଇ ବାହାରକୁ ଛାଡିବା ପ୍ରଶାସନିକ ସ୍ତର ରେ ବାରଣ ଥିଲେ ମଧ୍ୟ ସି ଏଚ ଓ କାହିଁକି ଓ କେଉଁ ଉଦେଶ୍ୟ ରେ ଫୋଟ ବାହାରକୁ ଛାଡିଲେ ଜଣାପଡ଼ୁନି l
ଜିଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଏଥିପ୍ରତି ଦ୍ରୁଷ୍ଟି ଦେଇ ସମ୍ପୃକ୍ତ କମ୍ୟୁନିଟି ହେଲଥ ଅଫିସର ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହେଉଛି l

Leave a comment

Your email address will not be published. Required fields are marked *