#Breaking News #Tourism & Cultire

ବିଶ୍ୱଶାନ୍ତି ପଞ୍ଚମହାଯଜ୍ଞ ପାଇଁ କଳସ ଯାତ୍ରା


ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ର ସର୍ବ ପୁରାତନ ଓ଼ ବୃହତ୍ତମ ନୂଆସାହି ରେ ବିଶ୍ୱ ଶାନ୍ତି ପଞ୍ଚମହାଯଜ୍ଞ ପାଇଁ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ନୂଆସାହି ଗ୍ରାମ୍ୟ କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ପାଞ୍ଚଦିନ ବ୍ୟାପି ଚାଲୁରହିବ l ଆଜି ସକାଳୁ ବାଲିଗୁଡା ର ଅଧିଷ୍ଠାତ୍ରୀ ଦେବୀ ମାଆ ଦୁର୍ଗା ପାଟ୍ଟଖଣ୍ଡା ବରାଳଦେବୀ ଙ୍କ ଠାରୁ ଆଜ୍ଞା ମାଳ ଆଣା ଯାଇଥିଲା ପରେ ସ୍ଥାନୀୟ ଖଡ଼ଗ ନଦୀ ରୁ ପୂଜାର୍ଚ୍ଚନାକରି କଳସ ରେ ଜଳ ଆଣି ନଗର ପରିକ୍ରମା କରାଯାଇ ଯଜ୍ଞ ସ୍ଥଳ କୁ ଅଣାଯାଇଥିଲା lଜ଼ିଲ୍ଲା ତଥା ଜ଼ିଲ୍ଲାବାହାରୁ ଶହେରୁ ଉର୍ଦ୍ଧ ପୁରୁଷ ଓ଼ ମହିଳା ସଂକୀର୍ତ୍ତନ ଦଳ ଅଂଶ ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି ଜ଼ିଲ୍ଲା ର କୋଣ ଅନୁକୋଣ ରୁ ତିରିଶି ହଜାର ରୁ ଉର୍ଦ୍ଧ ଭକ୍ତ ଓ଼ ଶ୍ରଦ୍ଧାଳୁ ଙ୍କ ସମାଗମ ହେବ ବୋଲି ଗ୍ରାମ୍ୟ କମିଟି ସଭାପତି ଲଳିତ ପାତ୍ର ପ୍ରକାଶ କରିଛନ୍ତି l

Leave a comment

Your email address will not be published. Required fields are marked *