#Breaking News #Uncategorized

ଆର୍ମି ଅଫିସର ଘରେ କଳା କନା ବୁଲାଇଲେ ଦୁର୍ବୁତ୍ତ


ଫୁଲବାଣୀ(ଉଲ୍ଲାପ୍ର )
କନ୍ଧମାଳ ଜିଲ୍ଲା ବାଲିଗୁଡା ଜାମପଦା ସାହି ରେ ରହୁଥିବା ଜଣେ ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନ ଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେକେହି ନଥିବା ବେଳେ ଦୁର୍ବୁତ୍ତ ମାନେ ସାମନା ଗ୍ରିଲ ଓ କବାଟ ଭାଙ୍ଗି ଚାରିଲକ୍ଷ ରୁ ଊର୍ଧ୍ଵ ଟଙ୍କା ମୂଲ୍ୟର ସୁନା ଗହଣା, ଓ ଆଉକିଛି ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିବା ବାଲିଗୁଡା ଥାନା ରେ ଅଭିଯୋଗ ହୋଇଛି lଆଜି ବୁଧବାର ଚନ୍ଦ୍ର ପ୍ରକାଶ ଙ୍କ ଭାଇ ଘର କୁ ଆସି ଦେଖିବା ବେଳେ ଘର ର ତାଲା ଭଂଗାଯିବ ସହ ଆଲମିରା ମଧ୍ୟ ଭଙ୍ଗା ଯାଇଥିବା ଦେଖି ପୋଲିସ କୁ ଖବର ଦେଇଥିଲେl ଖବର ପାଇ ବାଲିଗୁଡା ଥାନା ପୋଲିସ ଘଟଣା ସ୍ଥଳ ରେ ପହଂଚି ତଦନ୍ତ ଆରମ୍ଭ କରିଛି l
ସେହିପରି ଗତ ୨ ୩ ତାରିଖ ଦିନ ବାଲିଗୁଡା ସୁନାପଙ୍ଗା ସାହି ର ସ୍ଵପ୍ନେଶ୍ଵର ସାହୁଙ୍କ ଘରୁ ମଧ୍ୟ ବଡ଼ ଧରଣ ର ଲୁଟ ହୋଇଥିଲା l ଘଟଣାକୁ ସପ୍ତାହେ ବିତିଯାଇଥିଲେ ମଧ୍ୟ ପୋଲିସ ର ହାତ ଖାଲି l
ଦିନକୁ ଦିନ ବାଲିଗୁଡା ସହର ରେ ଚୋରି, ଡକାୟତି ବଢୁଥିବା ରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି l ପୋଲିସ ଉଚ୍ଚଅଧିକାରୀ ଏଥି ପ୍ରତି ଦ୍ରୁଷ୍ଟି ଦେବାକୁ ଦାବୀ ହେଉଛି l

Share this

Leave a comment

Your email address will not be published. Required fields are marked *