#Breaking News #Exclusive #Headlines

ବାପାର ମୃତ୍ୟୁପରେ ଦୁଇ ଝିଅକୁ ଛାଡି
ମା ପ୍ରେମିକ ସହ ଫେରାର


ଫୁଲବାଣୀ (ସୁନୀଲ ପଟନାୟକ)
ବାପାର ମୃତ୍ୟୁପରେ ଦୁଇ ଝିଅକୁ ଛାଡି ମା ପ୍ରେମିକ ସହ ଫେରାର ହୋଇଗଲା। ଫଳରେ ଦୁଇ ଝିଅ ଏବେ ଅନାଥ ହୋଇଯାଇଛନ୍ତି ।ଜେଜେମା ହିଁ ଏବେ ଏକମାତ୍ର ସାହାରା ପାଲଟିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କନୂଆଗାଁ ବ୍ଲକ

ଅନ୍ତର୍ଗତ ବା ଦେକେତା ଗ୍ରାମରେ। ମାଆଙ୍କୁ ଝୁରି ଝୁରି ଏବେ ଦୁଇକୋମଳମତି ଝିଅ ଦିନ ରାତି ଆଖିରୁ ଲୁହ ଝରାଇବା ସହ ମା ର ଆସିବା ବାଟକୁ ଅନାଇ ରହିଛନ୍ତି । ମା ତୁ ଆମକୁ ଛାଡ଼ି କାହିଁକି ଗଲୁ।
ଆମ କଥା କଣ ତୋର ମନେ ପଡୁନି । ତୁ ଫେରିଆ ମା . . . I ତେ। ବିନା ଆମେ କେମିତି ବଞ୍ଚିବୁ । 6କମିତି ରହିବ ଆଉ କଣ ଖାଇବୁ।
ଆମକୁ ତୁ ପରା ଜନ୍ମ ଦେଇଥିଲୁ।ଭଲ ପାଉଥିଲୁ। କଣ ପାଇଁ ଆମକୁ ଛାଡିକି ପଳାଇଲ ବୋଲି କହି ଆଖିରୁ ଲୁହ ଗଡାଉଛନ୍ତି । ବାପା ଚାଲିଯିବା.ପରେ ତୁ ହିଁ ଏକମାତ୍ର ଭରସା ଥିଲୁ ଆମର ବୋଲି କହୁଛନ୍ତି।
ଗ୍ରାମର ଭରତ ନାୟକ ଓ ରୁନୁ ନାୟକ ଦୁଇ ଝିଅ ଆଇସା ଓ ଲିପସା । ଏମାନଙ୍କ ପରିବାର ବେଶ ହସଖୁସିରେ ଚାଲିଥିଲା।
ହେଲେ ରୋଗରେ ପଡି ଭରତ ନାୟକଙ୍କ ମୃତ୍ୟୁ ହୋଇଥିବାବେଳେ ରୁନୁ ନାୟକ ତାଙ୍କ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି।
ଫଳରେ ପାଠ ପଢିବା ବୟସରେ ଲିପସା ଓ ଆୟିଶାଙ୍କ ମୁଣ୍ଡ ଉପରେ ଲଦି ହୋଇପଡିଛି ବୋଝ । କେମିତି ବଞ୍ଚିବେ, କଣ ଖାଇବେ,କେମିତି ରହିବେ ସେ ଚିନ୍ତାରେ ଦୁଇଜଣ ଅଛନ୍ତି । ଏବେ ଜେଜେମା ଏ ଦୁଇଜଣଙ୍କ ଲାଳନପାଳନ
ବର୍ଷେ ହେଲା କରୁଛନ୍ତି । ହେଲେ ସେ ଏ ବୟସରେ ଆଉ କେତେଦିନ ବୁଝିପାରିବେ।
ସରକାର ଦେଉଥିବା ଚାଉଳ ଗଣ୍ଡାକ ରେ ବହୁ ଦୁଃଖ କଷ୍ଟ ରେ ଚଳୁଥିବା କହିଛନ୍ତି ଜେଜେମା ।
ଏଣୁ ସରକାର ଏହି ଦୁଇ ଅନାଥ ପିଲାମାନଙ୍କ ରହିବା ଓ ପାଠ ପଢିବା ଦାୟୀତ୍ଵ ନେଲେ ଭଲ ହେବ ବୋଲି ସେ କହିଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ଜରୁରୀ।

Leave a comment

Your email address will not be published. Required fields are marked *