#Breaking News #Health #Social

ସୀମା ସୁରକ୍ଷା ବାହିନୀର ମାଗଣା ସ୍ବାସ୍ଥ୍ୟ ଶିବିର


କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଗୋଛାପଡା ଠାରେ ନୂତନ ଭାବେ ଅବସ୍ଥାପିତ ହେଇଥିବା ବିଏସଏଫ କ୍ୟାମ୍ପ ତରଫରୁ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଭାବେ ସହଯୋଗୀ କମାଣ୍ଡାଣ୍ଟ ତଥା ମେଡିକାଲ ଅଫିସର ଅଙ୍କୁଶ ରାୱଲ ପରିଚାଳନା କରିଥିଲେ। ଏହି ଶିବିରରେ ୨୦୫ଜଣ ପୁରୁଷ, ୧୮୦ ଜଣ ସ୍ତ୍ରୀ, ୮୫ ଶିଶୁ ଏବଂ ୮୫ ଛାତ୍ର ଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ଔଷଧ ପ୍ରଦାନ କରାଯାଇଥିଲା। ଏହି ଶିବିରକୁ ଇନ୍ସପେକ୍ଟର କେ ଭି ସିଂ ଏବଂ ଜଣେ ନର୍ସ ଓ ୫ ଜଣ ସବ ଅର୍ଡିନେଟ ଅଫିସର, ୨୦ ଜଣ ଜବାନଙ୍କ ସହଯୋଗରେ ସୁଚାରୁ ରୂପେ ସମ୍ପାଦନା କରାଯାଇଥିଲା।

Leave a comment

Your email address will not be published. Required fields are marked *