ନକ୍ସଲ ପ୍ରବଣ ବାଲନ୍ଦାପଡା ରେ ବିଏସଏଫ ର ଜନସମ୍ପର୍କ ଶିବିର

Udaya_Labanya | March 3, 2023 | 20 views |0 | Breaking News , Crime , District , Exclusive


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ ବାଲନ୍ଦାପଡା ପଞ୍ଚାୟତ ବଟିମୁଣ୍ଡା ଗ୍ରାମରେ ସୀମା ସୁରକ୍ଷା ବାହିନୀ ଦ୍ଵାରା ଗୁରୁବାର ଏକ ଜନ ସମ୍ପର୍କ ଶିବିର ଆୟୋଜନ କରାଯାଇଛି। ଜନ ସାଧାରଣଙ୍କୁ ସୁରକ୍ଷା ଯୋଗାଇଦେବା ସହ ସେମାନଙ୍କ ବିଶ୍ଵାସଭାଜନ ହେବା ପାଇଁ ଚେଷ୍ଟା କରାଯାଉଛି।। ଡେପୁଟି କମାଡାଣ୍ଟ ଶୁଖଦେବ ସିଂ ଗିଲ୍, ସହଯୋଗୀ କମାଣ୍ଡର ନବୀନ ରଣା, ଏଏସ ଆଇ(ଭିଜିଲାନ୍ସ) ସଞ୍ଜୟ କୁମାର ସିଂ, ଦୁଇ ଜଣ ପୋଲିସ କର୍ମଚାରୀ ଏବଂ ସ୍ଥାନୀୟ ସରପଞ୍ଚ(ବାଲନ୍ଦାପଡା) ଶ୍ରୀ ନିରାକାର ନାୟକ, ୱର୍ଡମେମ୍ବର(ବଟିମୁଣ୍ଡା) ପ୍ରମୁଖ ଉପସ୍ଥିତ ଥିଲେ। ଏହି ଜନ ସମ୍ପର୍କ ଶିବିର କାର୍ଯ୍ୟକ୍ରମ ରେ ଉକ୍ତ ଗ୍ରାମର ପ୍ରାୟ ୪୬ ଜଣ (ପୁରୁଷ), ୭୬ ଜଣ ମହିଳା ଙ୍କୁ ଏହି ଅବସରରେ ପୋଷାକ ପତ୍ର, ବାସନ ସାମଗ୍ରୀ ଏବଂ ଖେଳ ସାମଗ୍ରୀ ଆଦି ପ୍ରଦାନ ଯାଇଥିଲା। ସାଧାରଣ ନାଗରିକ ଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଶାନ୍ତିର ଜୀବନ ଅତିବାହିତ କରିବା ପାଇଁ ସାଧାରଣ ଲୋକଙ୍କୁ ପ୍ରୋତ୍ସାହନ କରିବା ପାଇଁ ଏଭଳି ଶିବିରର ଆବଶ୍ୟକତା ରହିଛି ବୋଲି ମୁଖ୍ୟଅତିଥି ଡେପୁଟି କମାଣ୍ଡାଣ୍ଟ ଶ୍ରୀ ଗିଲ ମତବ୍ୟକ୍ତ କରିଥିଲେ l

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories