#Breaking News #District #Headlines

ଫୁଲବାଣୀ ଜଙ୍ଗଲ ଜଳୁଛି,
ଲିଭିବାର ନାଁ ନେଉନି


ଫୁଲବାଣୀ(ସୁନୀଲ ପଟନାୟକ )
ଜଙ୍ଗଲ ବିଭାଗ ର ବ୍ୟାପକ ସଚେତନତା ସତ୍ୱେ ଫୁଲବାଣୀ ବନଖଣ୍ଡ ଅଧୀନ ଫୁଲବାଣୀ ସହର ନିକଟ ପକନା ଗାଁ, ଓ ଆଖ ପାଖ ଆଦି ଜଙ୍ଗଲ ହୁତ ହୁତ ହୋଇ ଜଳୁଥିବା ଦେଖିବାକୁମିଳିଛି l
ଏସବୁ ଅଂଚଳ ରେ ଜଙ୍ଗଲ ରୀତିମତ ଜଳୁଥିବାଫଳରେ ମୂଲ୍ୟବାନ ଗଛ ନଷ୍ଟ ହେବାସହ ବନ୍ୟ ଜନ୍ତୁ ମାନେ ଅସୁରକ୍ଷିତ ହୋଇପଡୁଛନ୍ତି l ଏବେ କେନ୍ଦୁପତ୍ର, ମହୁଲ ସଂଗ୍ରହ ସୁବିଧା ପାଇଁ ଶୁଖିଲା ପତ୍ର ରେ ନିଆଁ ଲଗାଇଦେଉଥିବାରୁ ଜଙ୍ଗଲ ନଷ୍ଟ ହେଉଥିବା ବିଭାଗ କହୁଛି l ଏବେ ସଚେତନତା ରଥ ବି ଗାଁ କୁ ଗାଁ ବୁଲି ସଚେତନ ସୃଷ୍ଟି କରୁଛି l ପଥ ପ୍ରାନ୍ତ ନାଟକ ବି ଜଙ୍ଗଲବିଭାଗ ପକ୍ଷରୁ କରାଯାଉଛି l ତେବେ ଏ ସବୁର ମାନେ କିଛି ରହୁନି l


ଜଙ୍ଗଲ ବିଭାଗଡ଼ି ଏଫଓ ଓ କର୍ମଚାରୀ ମାନେ ଏଥିପ୍ରତି ସତର୍କଦୃଷ୍ଟିଦେଵାସହ ପେଟ୍ରୋଲିଙ୍ଗକୁ କଡ଼ାକଡିକରିବା ଆବଶ୍ୟକ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି l

Leave a comment

Your email address will not be published. Required fields are marked *