#Breaking News #District

ଶେଷ ପର୍ଯ୍ୟାୟ ରେ ସାଲକୀ ସେତୁନିର୍ମାଣ କାର୍ଯ୍ୟ
ଉପକୃତ ହେବେ ପଚାଶ ହଜାର ଲୋକେ


ଫୁଲବାଣୀ(ସୁନୀଲ ପଟନାୟକ )
ବହୁ ପ୍ରତିକ୍ଷିତ ଫୁଲବାଣୀ ସହର ନିକଟ ରେ ନିର୍ମାଣ ଧୀନ ସାଲକୀ ସେତୁ ର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟ ରେ ପହଂଚିଛି lକେବଳ ଉଦଘାଟନ କୁ ଅପେକ୍ଷା କହିଲେ ଚଳେ l ବିଜୁସେତୁ ଯୋଜନାରେ ୧ ୨ କୋଟି ୮ ୧ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ଏହି କାର୍ଯ୍ୟ କରାଯାଉଛି lଏହି ସେତୁ ଦ୍ୱାରା ଫୁଲବାଣୀ, ଆଲlମି, ନୁଆରୀପଦ ର, ସୁଜା ପା ଜୁ, ତୁଡି ପା ଜୁ, ତେରା ଗୁଡା, ଆଦି ଅନେକ ଗ୍ରାମର ପଚାଶ ହଜାର ର ରୁ ଊର୍ଧ୍ଵ ଜନସାଧାରଣ ଉପକୃତ ହେବେ l ପୂର୍ବରୁପ୍ରତିବର୍ଷ ଲୋକେନିଜେ ଶ୍ରମଦାନ କରି ବାଉଁସ ପୋଲନିର୍ମାଣ କରି ଖରାଦିନେ ଯିବାଆସିବା କରୁଥିଲେ l ତେବେ ଵର୍ଷା ଆସିଲେ ବନ୍ୟା ପାଣି ସବୁ ଧୋଇନିଏ l
ସେପଟେ ବର୍ଷାଦିନେ ନଦୀପାର ହୋଇ ଯିବାଆସିବା ବେଳେ ପ୍ରତିବର୍ଷ ଲୋକେ ବନ୍ୟା ଜଳ ରେ ଭାସି ମୃତ୍ୟୁ ବରଣ କରୁଥିଲେ l
ସ୍ୱାମୀ କୁ ହରାଇ ସ୍ତ୍ରୀ ବିଧବା ହେଉଛି, ତ ବାପା କୁ ହରାଇ ପୁଅ ବାପ ଛେଉଣ୍ଡ ହୋଇଯାଉଥିଲା, ଆଉ କିଏ କିଏ ମା ଛେଉଣ୍ଡ ବି ହେଉଥିଲେ lଫଳରେ ଲୋକେ ପୋଲ ନିର୍ମାଣ ପାଇଁ ଲଗାତାର ଦାବୀ କରିଆସୁଥିଲେ l ଲୋକମାନଙ୍କ ଦାବିକୁ ବିଚାର କୁ ନେଇ ଶେଷରେ ବିଜୁ ସେତୁ ଯୋଜନା ରେ ପୋଲ ନିର୍ମାଣ ପାଇଁ ତତ୍କାଳୀନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗତ ମାର୍ଚ୍ଚ ଚାରି ତାରିଖ ୨ 0୧୯ ରେ ଭିତ୍ତିପ୍ରସ୍ତର ସ୍ଥାପନ କରି ଥିଲେ l ତେବେ ଏସ୍ଟିମତେ ଓ ଟେଂଡର ପ୍ରକ୍ରିୟାରେ ବିଳମ୍ବ, ଯୋଗୁଁ ୨ 0୨ 0ରେ କାମ ଆରମ୍ଭ ହୋଇଥିଲା, କୋରାନା ମହାମାରୀ ଯୋଗୁଁ କାମ ଏତେଟା ଆଗେଇ ପାରିନଥିଲା lପରେ ଗ୍ରାମ୍ୟନିର୍ମାଣ ଡିଭିଜନ ଏସ ଇ ଇଂ. ସୁ ଦେଶ ରାଉତ, ସହକାରୀ ଯନ୍ତ୍ରୀ ଇଂ ସୁଶୀଲ କୁମାର ମହାନ୍ତି, କନିଷ୍ଠ ଯନ୍ତ୍ରୀ ଇଂମହେନ୍ଦ୍ର ପ୍ରଧାନ ଙ୍କ ନିଷ୍ଠା ପର ଉଦ୍ୟମ , ସଚୋଟତା, ଆନ୍ତରିକତା, ପ୍ରତ୍ୟକ୍ଷ ତତ୍ୱାବଧାନ ରେ ନିର୍ମାଣ କାର୍ଯ୍ୟ ଯୋର ସୋରରେ ହୋଇ ଶେଷ ପର୍ଯ୍ୟାୟ ରେ ପହଂଚିଛି lଫଳରେ ଗ୍ରାମବାସୀ ଖୁସି ବ୍ୟକ୍ତ କରିବା ସହ ବିଭାଗୀୟ କତୃପକ୍ଷ ଓ ଯନ୍ତ୍ରୀ ଙ୍କୁ ସାଧୁବାଦ ଜଣାଇଛନ୍ତି l
ଏ ନେଇ ଗ୍ରାମ୍ୟ ନିର୍ମାଣ ସବ ଡିଭିଜନ ର ସହକାରୀ ଯନ୍ତ୍ରୀ ଇଂ. ସୁଶୀଲ କୁମାର ମହାନ୍ତିଙ୍କୁ ପଚାରିବାରେ ସେ ପୋଲ କାର୍ଯ୍ୟ ପୁରା ସାରିଥିବାବେଳେ. ରାସ୍ତା ପିଚୁ କାମ ବି ସରିଛି l କେବଳ.ପୋଲ ଦୁଇପାଖ ର ଆପ୍ରୋଚରାସ୍ତା ରେ ପିଚୁ କାର୍ଯ୍ଓ କଲର କାମ ଆଦି କିଛିକିଛି ବାକି ଅଛି ଯାହା ଏକ ମାସ ମଧ୍ୟରେ ସରିଯିବ ବୋଲି କହିଛନ୍ତି l

Leave a comment

Your email address will not be published. Required fields are marked *