#Breaking News #District #Education & Job #State #ରାଜ୍ୟ ଖବର

କଡା ସୁରକ୍ଷା ମଧ୍ୟରେ କନ୍ଧମାଳରେ ୬୨ପରୀକ୍ଷା କେନ୍ଦ୍ରରେ ଆଜିଠୁ ମାଟ୍ରିକ ପରୀକ୍ଷା,


ଫୁଲବାଣୀ(ସୁନୀଲପଟନାୟକ)
କଡ଼ା ସୁରକ୍ଷା ମଧ୍ୟ ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ଜିଲ୍ଲାରେ ମୋଟ ୨୦୮ଟି ହାଇସ୍କୁଲର ମୋଟ ୧୦ ହଜାର ୧୩୭ ଜଣ ଛାତ୍ରଛାତ୍ରୀ ୬୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ।ପରୀକ୍ଷାକୁ ସୁପରିଚାଳନା କରିବା ପାଇଁ ମୋଟ ୧୬ ଟି ନୋଡ଼ାଲ ସେଣ୍ଟର କରାଯାଇଛି । ସେଥିରୁ ୯ଟି ନୋଡ଼ାଲ କେନ୍ଦ୍ର ବିଭିନ୍ନହାଇ ସ୍କୁଲରେ ହୋଇଥିବାବେଳେ ମାଓ ଉପଦୃତ ଅଞ୍ଚଳରେ ଆଉ ୭ଟି ବିଭିନ୍ନ ଥାନାରେ କରାଯାଇଛି। ସେହିପରି ମଧ୍ୟ ମାପରୀକ୍ଷା ପାଇଁ ୩ଟି ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ୩ଟି ପରୀକ୍ଷାକେନ୍ଦ୍ର କରାଯାଇଛି। ପ୍ରତିଦିନ ସକାଳ୮ଟାରୁ ୧୦ଟା ଯାଏଁ ପରୀକ୍ଷା ହେବ । ୨୦ ତାରିଖ ଯାଏ ପରୀକ୍ଷା ଚାଲିବ ।
ପରୀକ୍ଷା ଯେପରି ଶାନ୍ତିଶୃଙ୍ଖଳାର ସହ ହେବ ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିବା କଥା ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ କହିଛନ୍ତି । ସେହିପରି କପି ରୋକିବା ପାଇଁ ସ୍କୁଆଡ ଗଠନ କରାଯାଇଥିବା କଥା ଜିଲ୍ଲା ଶିକ୍ଷା ଅଧିକାରୀ ଷଡଙ୍ଗୀ କହିଛନ୍ତି ।

Leave a comment

Your email address will not be published. Required fields are marked *