#District #ରାଜ୍ୟ ଖବର

ଚାରି ମାସ ହେଲାଣି
ମନରେଗା ଯୋଜନା ରେ ଶ୍ରମିକ ଙ୍କୁ ପ୍ରାପ୍ୟ ମିଳୁନି


ଫୁଲବାଣୀ -10/03(ସୁନୀଲ ପଟନାୟକ )
ଦୀର୍ଘ ଚାରିମାସ ହେଲାଣି ମନରେଗା ଯୋଜନା ରେ କାର୍ଯ୍ୟକରିଥିବା ଶ୍ରମିକ ମାନଙ୍କୁ ପାଉଣା ମିଳିନି l ପାଉଣା ଗଣ୍ଡାକ ପାଇବାପାଇଁ ପଂଚାୟତ ଠୁ ଆରମ୍ଭକରି ବ୍ଲକ ଅଫିସ ଯାଏ ନୀତି ଦୌଡୁଛନ୍ତି ହେଲେ ଆଜି କାଲି କହି ଭୂଆଁ ବୁଲାଉଛନ୍ତି ସମସ୍ତେ l ଏ ଭଳି ଅଭିଯୋଗ ଆସିଛି ତୁମୁଡିବନ୍ଧ ବ୍ଲକ ରୁ lବ୍ଲକ ଅନ୍ତର୍ଗତ ମୁଣ୍ଡୀଗଡ଼ ପଂଚାୟତ ର ଖମନ ପଡ଼ା ଗ୍ରାମରେ ମନରେଗା ଯୋଜନା ରେ ଏକ ଖେଳପଡ଼ିଆ ନିର୍ମାଣ ଚାଲିଛି ଯେ ସରିବାକୁନାହିଁ lଏପଟେ କାର୍ଯ୍ୟରତ ଶ୍ରମିକ ଙ୍କୁ ମିଳିନିପ୍ରାପ୍ୟ lପଡିଆ ସମତଳ କାର୍ଯ୍ୟ ମଧ୍ୟ ଏତେଟା ଭଲହୋଇନଥିବାବେଳେ ଫାଟକ କାର୍ଯ୍ୟ ମଧ୍ୟ ନିମ୍ନ ମାନର ହୋଇଥବା କୁହାଯାଉଛି l ଏବେ କୁଆଡେ କାମ ମଧ୍ୟବନ୍ଦ ରହିଛି l
ଗାଁ ସାଥି ,ଜିଆରଏସ, ମାନେ ବିଭିନ୍ନସମୟରେ ହଇରାଣ ହରକତ କରୁଥିବା କୁହାଯାଉଛି l
ପଂଚାୟତନିର୍ବାହି ଅଧିକାରୀ, ବିଡ଼ିଓ ଏଥିପ୍ରତି ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଊଛିl

Leave a comment

Your email address will not be published. Required fields are marked *