#Breaking News #Crime #ରାଜ୍ୟ ଖବର

ଆକସନ ମୋଡ଼ ରେ
ଗୋଛାପଡା ପୋଲିସ
୬ ୮ କେଜି ଗଂଜେଇଜବତ,ଜଣେ ଗିରଫ


ଫୁଲବାଣୀ (ସୁନୀଲ ପଟନାୟକ )
ଗଂଜେଇ ମାଫିଆ ଙ୍କୁ ସାବାଡ଼ କରିବାଲାଗି ଏବେ ଆକସନ ମୋଡ଼ ରେ କନ୍ଧମାଳ ପୋଲିସ l
କ ନ୍ଧମାଳ ପୋଲିସ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ବହୁ ପରିମାଣ ର ଗଂଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ ଗୋଛାପଡା ପୋଲିସ ଟିମ ଚଢ଼ାଉ କରି ୬୮ କେଜି
ରୁ ଉର୍ଦ୍ଧ ଗଂଜେଇ ଜବତ କରିବା ସହ ଏଥିରେସମ୍ପୃକ୍ତ ବୌଧ ଜିଲ୍ଲା ର ସାନ ବାବଡା ଗ୍ରାମ ର ସୁବଳ ବେହେରା କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କଥା ଥାନା ଅଧିକାରୀ ରଂଜିତ କୁମାର ମୁନି କହିଛନ୍ତି l
ଏଥ ସହ OD 26C7654 ନମ୍ବର ର ଏକ ବାଇକ ମଧ୍ୟ ଜବତ କରାଯାଇଥିବା ବିଷୟ ଥାନା ଅଧିକାରୀ ମୁନି କହିଛନ୍ତି l

ଗୋଛାପଡା ପୋଲିସ 42/23 ରେ ମାମଲା ରୁଜ୍ଜୁ କରିଥିବା ଥାନା ଅଧିକାରୀ ମୁନି କହିଛନ୍ତି l

ଥାନା ଅଧିକାରୀ ଥାନା ଅଧିକାରୀମୁନି ଗଂଜେଇ ମାଫିଆ ଙ୍କୁ ସାବାଡ଼ କରିବାରେ ସଫଳ ହୋଇଛନ୍ତି lଫଳରେ ଅଂଚଳରେକୋକୁଆ ଭୟ ସୃଷ୍ଟିହୋଇଛି l

Leave a comment

Your email address will not be published. Required fields are marked *