#Breaking News #District #ରାଜ୍ୟ ଖବର

ଚୋରା ବାଲି ଗାଡି ଉପରେ ପ୍ରଶାସନ ର ଚଢ଼ାଉ, ୧ ଲକ୍ଷ ୯0ହଜାର ଜୋରିମାନା


ଫୁଲବାଣୀ(ସୁନୀଲ ପଟନାୟକ )
ପ୍ରଶାସନ ର କଟକଣା ସତ୍ୱେ ଚୋରା ବାଲି ମାଫିଆ ମାନଙ୍କ ପାଦୁର୍ଭାବ କମିବା ପରିବର୍ତେ ବଢ଼ିବାରେ ଲାଗିଛି ଫଳରେ ବାଲି ମାଫିଆଙ୍କୁ ସା ବାଡ଼ କରିବା ଲାଗି ପ୍ରଶାସନ ଏକ ସ୍କ୍ୱାଡ଼ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି l ତହସିଲଦାର କିମ୍ବା ବାଲି ଲିଜ ହୋଲଡ଼ର ଙ୍କ ବିନା ଅନୁମତିରେ ଟ୍ରାକ୍ଟର ଓ ହାଇବା ମାଲିକ ମାନେ ରୀତିମତ ବେଆଇନ ଭାବେ ବାଲି ଉଠାଇ ନେଉଥିବା ନେଇ ଅଭିଯୋଗ ହେଇ ଆସୁଥିଲା l

କୌଣସି ସୂତ୍ରରୁ ଖବର ପାଇ ମଙ୍ଗଳବାର ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁଙ୍କ ନେତୃତ୍ବ ରେ ଏହି ସ୍କ୍ୱାଡ଼ରେ ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ତହସିଲଦାର ଦିନମଣୀ ନାୟକ, ଡେପୁଟି କଲେକ୍ତର ପ୍ରିୟଦର୍ଶୀନି ସ୍ୱାଇଁ, ଆସିଷ୍ଟlଣ୍ଟ କଲେକ୍ଟର ଅଜିତ ପଟ୍ଟନାୟକ ସହିତ ଜିଲା ପରିବହନ ବିଭାଗ କର୍ମଚାରୀ ମାନେ ମିଳିତ ଭାବେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ରେ ଗୋଟିଏ ଟ୍ରାକଟର ଓ ୩ଟି ହାଇବା ଜବତ ସହ ଏକ ଲକ୍ଷ ୯0 ହଜାର ଟଙ୍କାଜୋରିମାନା ଆଦାୟ କରାଯାଇଥିବା ଅତିରିକ୍ତ ଜିଲାପାଳ ସାହୁ କହିଛନ୍ତି l ଏଭଳି ଚଢ଼ାଉ ରୀତିମତ ଜାରି ରହିବ ବୋଲି ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ କହିଛନ୍ତି l
ସେହିପରି ଜିଲାର ସମସ୍ତ ତହସିଲଦାର ମାନଙ୍କୁ ମଧ୍ୟ ସେମାନଙ୍କ ଅଂଚଳ ରେ ଚଢ଼ାଉ କରିବା ପାଇଁ ନିର୍ଦେଶ ଦିଆଯାଇଥିବା ଅତିରିକ୍ତ ଜିଲାପାଳ ସାହୁ କହିଛନ୍ତି l

Leave a comment

Your email address will not be published. Required fields are marked *