#Breaking News #District

ବିଭିନ୍ନ ଦାବୀ ପୂରଣ ନେଇ
ଆଉଟ ସୋର୍ସିଙ୍ଗ କର୍ମଚାରୀ ଙ୍କ ରାଲି ଓ ବିକ୍ଷୋଭ


ଫୁଲବାଣ(ସୁନୀଲ ପଟନାୟକ )
ମଙ୍ଗଳବାର କନ୍ଧମାଳ ଜିଲ୍ଲା ଓଡିଶା ସରକାରୀ ଆଉଟସୋର୍ସିଙ୍ଗକର୍ମଚାରୀ ମହାସଂଘ ତରଫରୁ ରାଲି ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା l
ରା଼ଲ୍ଲୀ ମାଦୀକୁନ୍ଦା ଛକ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ନିକଟରେ ପହଞ୍ଚିଥିଲା l
ସେଠାରେ ଦାବୀ ପୂରଣ ନେଇ ବିକ୍ଷୋଭ କରିବା ସହ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କଉଦେଶ୍ୟରେ ପ୍ରଦାନ କରାଯାଇଥିଲା । ଏବଂ ଏହି ଉକ୍ତ ପ୍ରତିବାଦ ସଭାରେ କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣରେ ସରକାରୀ ଦପ୍ତରର ବିଭିନ୍ନ ବିଭାଗରେ ଆଉଟସୋର୍ସିଙ୍ଗ ଜରିଆରେ କାର୍ଯ୍ୟରତ ଥିବା ବିଭିନ୍ନବର୍ଗର କର୍ମଚାରୀଙ୍କ ଯୋଗଦାନ ସହ ଓଡିଶା କର୍ମଚାରୀ ସଂଗ୍ରାମ ସମିତି କନ୍ଧମାଳ ଶାଖାର ସଭାପତି ବ୍ରଜକିଶୋର ପଟ୍ଟନାୟକ ମହୋଦୟ ଓ ଜିଲ୍ଲା ସମ୍ପାଦକ ପଦ୍ମ ଚରଣ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଆଉଟ ସୋର୍ସିଙ୍ଗ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି କରିବାକୁ ଦାବିକରିଥିଲେ l ଏବଂ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ରାଜ୍ୟସଂଘର ଯୁଗ୍ମ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ମିଶ୍ରଙ୍କ ସମେତ ଜିଲ୍ଲା ସଭାନେତ୍ରୀ ବିଜୟ ଳକ୍ଷ୍ମୀ ପଣ୍ଡା ଯୋଗ ଦେଇ ସରକାର ତୁରନ୍ତ ଦାବୀ ପୂରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି କହିଥିଲେ l

Leave a comment

Your email address will not be published. Required fields are marked *