#Breaking News #District

ମାଣ୍ଡବାସାହି ଶ୍ରୀ ଶ୍ରୀ ଚୈତନ୍ୟ ଜୀଉଙ୍କ ଅଷ୍ଟପ୍ରହର ନାମଯଜ୍ଞ ପ୍ରସ୍ତୁତି ବୈଠକ

ଢେଙ୍କାନାଳ( ଉଲ୍ଲାପ୍ର )ଢେଙ୍କାନାଳ ସହରସ୍ଥିତ ମାଣ୍ଡବା ସାହି ଶ୍ରୀ ଶ୍ରୀ ଚୈତନ୍ୟ ଜୀଉ ସଂକୀର୍ତନ ମଣ୍ଡଳୀର ୭୦ତମ ଅଷ୍ଟପ୍ରହର ନାମଯଜ୍ଞ ଆସନ୍ତା ୩୦.୦୩.୨୦୨୩ରିଖ ଗୁରୁବାର ଶ୍ରୀରାମନବମୀ ଦିନ ଅନୁଷ୍ଠିତ ହେବାକୁ ସଭାପତି ନିରାକର ସାହୁ , ସଂପାଦକ ନୃସିଂହ ଚରଣ ସାହୁ , ସହ – ସମ୍ପାଦକ ବିଚିତ୍ରାନନ୍ଦ ସାହୁ , କୋଷାଧ୍ୟକ୍ଷ ବିଷ୍ଣୁଚରଣ ସାହୁ ଏବଂ ସମସ୍ତ ସଭ୍ୟମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆସନ୍ତା ୨୯ ତାରିଖ ଦିନ ଅଧବାସ ଓ କଳସଯାତ୍ରା , ୩୦ ତାରିଖ ଶ୍ରୀରାମ ନବମୀ ଦିନ ନାମଯଜ୍ଞ ଏବଂ ୩୧ ତାରିଖ ଦିନ ନଗରଭ୍ରମଣ , ପୂର୍ଣ୍ଣାହୁତି ଓ ପ୍ରସାଦସେବନ କାର୍ଯ୍ୟ ଶାନ୍ତିଶୃଙ୍ଖଳାର ସହିତ ସଂପାଦନ କରିବା ପାଇଁ ପ୍ରସ୍ତାବ ଗୃହୀତ କରାଗଲା ।

Leave a comment

Your email address will not be published. Required fields are marked *