#Breaking News #District #State #ରାଜ୍ୟ ଖବର

ଗୋଛାପଡା ପୋଲିସ କୁ ମିଳିଲା ସଫଳତା, ସାତ କୁଇଣ୍ଟାଲ ରୁ ଊର୍ଧ୍ଵ ଗଂଜେଇ ଜବତ


ଫୁଲବାଣୀ (ସୁନୀଲ ପଟନାୟକ )
ରବିବାର ଗୋଛାପଡା ପୋଲିସ
କୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଗୋଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନି ଙ୍କ ନେତ୍ତୃତ୍ଵରେ ପୋଲିସ ଟିମ ଡୁ ମବେରୀ ଖେତା ଗ୍ରାମ ରକାର୍ତ୍ତିକେଶ୍ୱର ଡିଗାଲ ଙ୍କ ଘର ଉପରେ ଚଢ଼lଉ କରି ସାତ କୁଇଣ୍ଟାଲ ଦଶ କେଜି ପାଞ୍ଚଶହ ଗ୍ରାମ ଗଂଜେଇ ଜବତ କରିଛି l

ବହୁ ପରିମାଣ ର ଗଂଜେଇ ଚୋରା ଚାଲାଣ କରିବା ଲାଗି ମହଜୁଦ ରଖା ଯାଇଥିବା ନେଇ କୌଣସି ସୁତ୍ର ରୁ ଖବର ପାଇ ପୋଲିସ ଟିମ ଘର ଉପରେ ଚଢ଼ାଉ କରି ଜବତକରିଥିଲେ lପୋଲିସ କାର୍ତ୍ତିକେଶ୍ୱର ଡିଗାଲ ନାମକ ଜଣେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ମୁନି କହିଛନ୍ତି l
ଗୋଛାପଡା ପୋଲିସ 45/23 ରେ ମାମଲା ରୁଜ୍ଜୁ କରିଥିବା ଥାନା ଅଧିକାରୀ ମୁନି କହିଛନ୍ତି l
ସେହିପରି ଗୋଚ୍ଛା ପଡ଼ା ଥାନା ଅନ୍ତର୍ଗତ ଡ଼ ବିଭିନ୍ନଜଙ୍ଗଲ ରେ ବେଆଇନ ଗଂଜେଇ ଚାଷ ମଧ୍ୟ ନଷ୍ଟ କରୁଛି ପୋଲିସ l
ରଂଜିତ କୁମାର ମୁନି ଥାନା ଅଧିକାରୀ ଭାବେ ଯୋଗ ଦେବାର ମାସ କେଇଟା ରେ ଗଂଜେଇ ମାଫିଆ ଙ୍କୁ ସା ବାଡ଼ କରିବାରେ ସଫଳ ହୋଇଛନ୍ତି ଫଳରେ ଅଂଚଳରେକୋକୁଆ ଭୟ ସୃଷ୍ଟିହୋଇଛି l ଗତ ମାସକ ମଧ୍ୟରେ ଗୋଛାପଡା ପୋଲିସ ବିଭିନ୍ନ ସ୍ଥାନ ରେ ଚଢ଼ାଉ କରି ପ୍ରାୟ ଶହେ କୁଇଣ୍ଟାଲ ପାଖାପାଖି ଗଂଜେଇ ଜବତ କରି ନିଜର ଦକ୍ଷତା ପ୍ରମାଣିତ କରିଛି l ଆଗକୁ ଏଭଳି ଚଢ଼ାଉ ଜାରି ରହିବ ବୋଲି ଥାନା ଅଧିକାରୀ ରଂଜିତ କୁମାର ମୁନି କହିଛନ୍ତି l

march 12 to 18

Leave a comment

Your email address will not be published. Required fields are marked *