#Breaking News #Crime #District

ଫିରିଙ୍ଗିଆ ପୋଲିସ ର ସଫଳତା, କାର ସହ ଏକ କୁଇଣ୍ଟାଲ ରୁ ଊର୍ଧ୍ଵ ଗଂଜେଇ ଜବତ


ଫୁଲବାଣୀ(ସୁନୀଲ ପଟନାୟକ )
ରବିବାର ଫିରିଙ୍ଗିଆ ପୋଲିସ
କୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ନେତ୍ତୃତ୍ଵରେ ପୋଲିସ ଟିମ ମା ଝିପାଡା ଘାଟି ନିକଟ ଜଙ୍ଗଲ ରେ ଚଢ଼lଉ କରି ଏକଇଣ୍ଡିଗୋ କାର ସହ ୧ କୁଇଣ୍ଟାଲ ୬ କେଜି ପାଞ୍ଚଶହ ଗ୍ରାମ ଗଂଜେଇ ଜବତ କରିଛି l
ଜବତ କାର ନମ୍ବର OD-02G4702 ବୋଲି ପୋଲିସ କହିଛି l
ବହୁ ପରିମାଣ ର ଗଂଜେଇ ଚୋରା ଚାଲାଣ ହେଉଥିବା ବେଳେ କୌଣସି ସୁତ୍ର ରୁ ଖବର ପାଇ ପୋଲିସ ଟିମ ଘାଟିରେ ଚଢ଼ାଉ କରି ଜବତକରିଥିଲେ lପୋଲିସ ମାଣିଆ ଡିଗାଲ ନାମକ ଜଣେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ନାହାକ କହିଛନ୍ତି l
ଫିରିଙ୍ଗିଆ ପୋଲିସ 46 /23 ରେ ମାମଲା ରୁଜ୍ଜୁ କରିଥିବା ଥାନା ଅଧିକାରୀ ତପନ ନାହାକ କହିଛନ୍ତି l
ସେହିପରି ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡ଼ ବିଭିନ୍ନଜଙ୍ଗଲ ରେ ବେଆଇନ ଗଂଜେଇ ଚାଷ ନଷ୍ଟ କରୁଛି ପୋଲିସ l
ଥାନା ଅଧିକାରୀ ତପନ ନାହାକ ଥାନା ଅଧିକାରୀ ଭାବେ ଯୋଗ ଦେବାର ମାସ କେଇଟା ରେ ଗଂଜେଇ ମାଫିଆ ଙ୍କୁ ସା ବାଡ଼ କରିବାରେ ସଫଳ ହୋଇଛନ୍ତି ଫଳରେ ଅଂଚଳରେକୋକୁଆ ଭୟ ସୃଷ୍ଟିହୋଇଛି l ଗତ ମାସକ ମଧ୍ୟରେ ଫିରିଙ୍ଗିଆ ପୋଲିସ ବିଭିନ୍ନ ସ୍ଥାନ ରେ ଚଢ଼ାଉ କରି ପ୍ରାୟ ପଚାଶ କୁଇଣ୍ଟାଲ ରୁ ଉର୍ଦ୍ଧ ଗଂଜେଇ ଜବତ କରି ନିଜର ଦକ୍ଷତା ପ୍ରମାଣିତ କରିଛି l ଆଗକୁ ଚଢ଼ାଉ ଜାରି ରହିବ ବୋଲି ଥାନା ଅଧିକାରୀ ତପନ ନାହାକ କହିଛନ୍ତି l

Leave a comment

Your email address will not be published. Required fields are marked *