#Breaking News #District

ଗଞ୍ଜେଇ ଭର୍ତ୍ତି ପିକ୍ ଅପ୍ ଭ୍ୟାନ୍ ଜବତ: ପୋଲିସକୁ ଚକମା ଦେଇ ଦୁଇ ମାଫିଆ ଫେରାର୍


ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ଦିନକୁ ଦିନ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରୁ ବେଆଇନ୍ ଗଞ୍ଜେଇ ଚୋରାଚାଲାଣ ବଢ଼ୁଥିବା ବେଳେ ଗଞ୍ଜେଇ ଚାଲାଣ ରୋକିବା ସହ ମାଫିଆଙ୍କୁ ଧରିବା ପାଇଁ ଜୋରଦାର ପ୍ରଚେଷ୍ଟା ଜାରି ରଖିଛି ପୋଲିସ l ବୁଧବାର ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନେତୃତ୍ୱରେ ଏକ ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ ଗଞ୍ଜେଇ ଚୋରାଚାଲାଣ ହେବା ନେଇ ସୂଚନା ପାଇଥିଲା । ସିଟି ସ୍କୁଲ୍ ଛକ ନିକଟରୁ ଗଞ୍ଜେଇ ଭର୍ତ୍ତି ଏକ ବୋଲେରୋ ପିକ୍ ଅପ୍ ଭ୍ୟାନକୁ ଜବତ କରିଥିବା ବେଳେ ପୋଲିସକୁ ଚକମା ଦେଇ କୌଶଳକ୍ରମେ ଦୁଇଜଣ ମାଫିଆ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି । ସମ୍ପୃକ୍ତ ଭ୍ୟାନ ନଂ.ଓଡି-33-ଏବି-9906 ରୁ ୧୪୧ କେଜି ୩୦୦ ଗ୍ରାମ ବେଆଇନ୍ ଗଞ୍ଜେଇ ଜବତ ହୋଇଥିବା ପୋଲିସ୍ ସୂତ୍ରରୁ ଜଣାପଡ଼ିଛି । ଏନେଇ ବାଲିଗୁଡ଼ା ଥାନା କେସ୍ ନଂ ୭୫/୨୦୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ୍ । ଗଞ୍ଜେଇ ଚୋରା ଚାଲାଣ ରୋକିବା ସହ ମାଫିଆଙ୍କୁ ଧରିବା ପାଇଁ ପୋଲିସ ସଜାଗ ରହିଛି ଏବଂ ଏବଂ ଏହାର ମୂଳ ଉତ୍ପାଟନ କରିବା ପାଇଁ ଆମେ ଆମର ପ୍ରଚେଷ୍ଟା ଜାରି ରଖିଛୁ ବୋଲି ଥାନା ଅଧିକାରୀ ବାବାଶଙ୍କର ସରାଫ୍ ପ୍ରକାଶ କରିଛନ୍ତି l

Share this

Leave a comment

Your email address will not be published. Required fields are marked *