ବାଟା ଗୁଡା ଠାରେ ଗଂଜେଇ ଚାଷ ବିରୋଧ ରେ ସଚେତନତା

Udaya_Labanya | March 23, 2023 | 44 views |0 | District


ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲାରେ ଦିନକୁଦିନ ବେଆଇନ ଗଂଜେଇ ଚାଷ ଓ ଚୋରାଚାଲାଣ ବଢିଚାଲିଥିବା ରୁ ଏହାକୁ ରୋକିବା ପାଇଁ ଜିଲ୍ଲା ଅବକାରୀ ବିଭାଗ ସହଯୋଗ ରେ ଅଗ୍ରଣୀ କଳା ଓ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ବାଲିଗୁଡା ଥାନା ଅନ୍ତର୍ଗତ ବାଟା ଗୁଡା ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠାନ ର ସଂଯୋଜକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେବାଲିଗୁଡା ଏସଡିପି ଓ ରୋହିତ ବର୍ମା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ସ୍ଥାନୀୟ ସରପଞ୍ଚ, ନାଏବ ସରପଞ୍ଚ, ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟନାୟକ, ସମାଜସେବୀ ତଥା କାର୍ଯ୍ୟକାରୀ ସଭାପତି ପ୍ରେସ କ୍ଲବ ଅଶୋକ ପରିଡା, ଅବକାରୀ ବିଭାଗ ଇନ୍ସ୍ପେକଟର ପୂର୍ଣ୍ଣ ଚନ୍ଦ୍ରବେହେରା, ସବ ଇନ୍ସ୍ପେକଟର ସୁମିତ୍ରା ଦଳେଇ, ପଂଚାୟତ ନିର୍ବହୀଅଧିକାରୀ
ଦେ ସିବେହେରା, ଶିବରାମ ନାୟକ ପ୍ରମୁଖ ଯୋଗ ଦେଇ ଆଜୀରଯୁବ ସମାଜ ପଥ ଭ୍ରଷ୍ଟ ହୋଇ ରାତା ରାତି ଧନୀ ହେବାର ସୁନେଲି ସ୍ବପ୍ନ ଦେଖି ଦଲାଲ ମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ବେଆଇନ ଗଂଜେଇ କାରବାର କରି ଶେଷରେ ଧରା ପଡୁଛନ୍ତି, ଆଉ ପରିବାର ଲୋକେ କୋର୍ଟ କଚେରୀ ଦଉଡି ସର୍ବସ୍ୱାନ୍ତ ହେଉଛନ୍ତି ଯାହାକି ଦୁଃଖ ଦାୟକ ବୋଲି କହିବାସହ ଏଥିରୁ ନିବୃତ୍ତହୋଇ ସରକାରଙ୍କ ବିବିନ୍ନଜନକଲ୍ୟାଣ ଯୋଜନା ରେ ସାମିଲ ହୋଇ ସୁଖ ଶାନ୍ତି ରେ ପରିବାରସହ ମିଳିମିଶି ରହିବା ଲାଗି ପରାମର୍ଶ ଦେଇଥିଲେ l
ଏହାପରେ ବରିଷ୍ଠ ଆଇନଜୀବୀ ତଥା ନାଟ୍ୟକାର ବିଜୟ ପଟନାୟକ ଙ୍କ ଦ୍ୱାରା ଲିଖିତ ଓ ନିର୍ଦେଶିତ ସଚେତନ ଧର୍ମୀ ପଥ ପ୍ରାନ୍ତ ନାଟକ’ ନୀଳ ଜହର’ ପ୍ରଦର୍ଶିତହୋଇଥିଲା l
ପଂଚାୟତ ର ଲୋକପ୍ରତିନିଧି ଙ୍କ ସମେତ ଏସଏଚଜି ମହିଳା, ସ୍ବେଛାସେବୀ, ସ୍ଥାନୀୟ ଜନସାଧାରଣ ବହୁସଂଖ୍ୟାରେ ଯୋଗ ଦେଇଥିଲେ l

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories