#Breaking News #District #ରାଜ୍ୟ ଖବର

ପାଣ ସମାଜ କଲ୍ୟାଣ କମିଟି ନିର୍ବାଚନ
ହିମାଂଶୁ ସଭାପତି ଓ ଦୀନବନ୍ଧୁ ସମ୍ପାଦକ


ଫୁଲବାଣୀ -20/03(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ପାଣ ସମାଜ କଲ୍ୟାଣ କମିଟି ର ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛିl ଚଳିତ ବର୍ଷ ପାଇଁ ସଭାପତି ଭାବେ ହିମାଂଶୁ ଡିଗାଲ ନିର୍ବାଚିତ ହୋଇଥିବାବେଳେ ସମ୍ପାଦକ ଭାବେ ଦିନ ବନ୍ଧୁ ଗଣ୍ଡା, ଉପସଭାପତି ଭାବେ ପଙ୍କଜ ବେହେରା, ଦୁଃଶାସନ ବଳିୟାରସିଂ, ବଶିଷ୍ଟ ସାହାଣୀ ଓ ଇନ୍ଦ୍ରଜିତ ଗଣ୍ଡା, ପ୍ରମୁଖ ଚାରିଜଣ ନିର୍ବାଚିତ ହୋଇଛନ୍ତି lକୋଷାଧକ୍ଷ ଭାବେ ରବୀନ୍ଦ୍ର ନାୟକ, ସଂଗଠନ ସମ୍ପାଦକ ଭାବେ ରାଜେଶ ଚନ୍ଦ୍ର ଡିଗାଲ ନିର୍ବାଚିତ ହୋଇ ଥିବା ନେଇ ନିର୍ବାଚନ ଅଧିକାରୀ ତଥା ଆଇନଜୀବୀ କମଳ କୁମାର ବେହେରା ଜଣାଇଛନ୍ତି lନବ ନିର୍ବାଚିତ ସଭାପତି ହିମାଂଶୁ ଡିଗାଲ ନୂତନ କର୍ମକର୍ତା ଓ ଉପସ୍ଥିତ ସମସ୍ତ ସଦସ୍ୟ ଙ୍କୁ କୃତଜ୍ଞତା ଜ୍ଞl ପନ କରିବାସହସଂଘ ପାଣ ସମାଜ ର ସ୍ୱାର୍ଥ ଓ ସୁରକ୍ଷାଦିଗରେ ନିଷ୍ଠା ଆନ୍ତରିକତା ଓ ଉତ୍ସର୍ଗୀକୃତ ମନଭାଵ ନେଇ ସର୍ବଦା କାର୍ଯ୍ୟ କରିବ ବୋଲି କହିଥିଲେ lସେହିପରି ମାଗଣା ସ୍ୱାସ୍ଥ୍ୟ ଶିବିର ମାନ କରାଯାଇ ବରିଷ୍ଠ ସଦସ୍ୟ ମାନଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟା ଦୂର କରିବ ବୋଲି ସଭାପତି ଡିଗାଲ ଆହୁରି କହିଥିଲେ l ସଭାପତି ଦାଇତ୍ୱ ଗ୍ରହଣ କରିବା ପରେ ହିମାଂଶୁ ଡିଗାଲ ଙ୍କ ନିକଟକୁ ବିଭିନ୍ନ ଆଡୁ ଶୁଭେଚ୍ଛା ର ସୁଅ ଛୁଟିଛି l

Share this

Leave a comment

Your email address will not be published. Required fields are marked *