#District

ଫୁଲବାଣୀ ରେ ୨ ଦିନିଆ ରେଡ଼କ୍ରସ ତାଲିମ ଶିବିର


ଫୁଲବାଣୀ(ସୁନୀଲ ପଟନାୟକ )
ଫୁଲବାଣୀ ଏ ଜେଓ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ ର ଦୁଇ ଦିନିଆ ଶିକ୍ଷା ଓ ତାଲିମ୍ ଶିବିର ଉଦଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ୱରଞ୍ଜନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ରାଜ୍ୟ ରେଡକ୍ରସ ଶାଖା ର ସରୋଜ କାନ୍ତ ରଥ ,ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଖଜୁରୀପଡା ବିନୋଦ ବିହାରୀ ଦିଗାଲ, ଗୋଷ୍ଠୀ ଶିକ୍ଷା ଅଧିକାରୀ,ଫିରିଙ୍ଗିଆ ଅଶୋକ କୁମାର ମିଶ୍ର, ଗୋଷ୍ଠୀ ଶିକ୍ଷା ଅଧିକାରୀ ଫୁଲବାଣୀ ରଞ୍ଜନ କୁମାର କହ୍ନର, ଏ ଜେ ଓ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପ୍ରଧାନ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ରଙ୍କନିଧି ବେହେରା ଆଦି ଯୋଗଦାନ କରିଥିଲେ। ଜିଲ୍ଳାର ବିଭିନ୍ନ ବିଦ୍ୟାଳୟର ୧୫0 ଜଣ ଶିକ୍ଷାର୍ଥୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଶିକ୍ଷକ ବିନୋଦ ଚନ୍ଦ୍ର ସାହୁ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୨ ୨ ରୁ ୨ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା l ଏଥିରେ ଶିକ୍ଷାର୍ଥୀ ମାନଙ୍କୁ ସ୍ୱାସ୍ଥ୍ୟ, ସେବା ଓ ବନ୍ଧୁତା ସମ୍ପର୍କିତ ତାଲିମ୍ ପ୍ରଦାନ କରାଯାଇଥିଲା ଏହା ସହ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା, ଖେଳ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏ ଜେ ଓ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମ ଆୟୋଜନ ରେ ସହଯୋଗ କରିଥିଲେ।

Leave a comment

Your email address will not be published. Required fields are marked *