#Breaking News #District

ଜିଲ୍ଲା ରଜକ (ଧୋବା )ସମିତି ର ନୂତନ କର୍ମକର୍ତା


ଫୁଲବାଣୀ ସୁନୀଲ ପଟନାୟକ )ରବିବାର କନ୍ଧମାଳ ଜିଲ୍ଲା ରଜକ( ଧୋବା )ସମିତି ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତା ମନୋନୀତ କରାଯାଇଥିଲା l ଏଥିରେ କୃଷିବିଭାଗ ଅଧିକାରୀ ଶଙ୍କର ବେହେରା ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ କାଉନ୍ସିଲର ଟୁକନ୍ଦର ସେଠୀ ସମ୍ପାଦକ, ଉପ ସଭାପତି ଭାବେ ବିରୁପାକ୍ଷ ବେହେରା, ଦାଶରଥି ବେହେରା ଓ ଅନ୍ତର୍ଯ୍ୟାମୀ ବେହେରା, ତିନିଜଣ ନିର୍ବାଚିତ ହୋଇଥିବାବେଳେ ସରୋଜ ବେହେରା କୋଷାଧକ୍ଷ, ଓ ସହ ସମ୍ପାଦକ ଭାବେ ଗୀତାଞ୍ଜଳି ବେହେରା, କାଁହୁଚରଣ ବେହେରା, ନିର୍ବାଚିତ ହୋଇଛନ୍ତି l ସେହିପରି କୁଳ ବେହେରା ଭାବେ ସୁଧୀର ବେହେରା, ଓ ସହ କୁଳ ବେହେରା ଭାବେ ହରିହର ବେହେରା ନିର୍ବାଚିତ ହୋଇଛନ୍ତି l
ସଙ୍ଘ କୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଭାଗିରଥି ବେହେରା, ବସନ୍ତ ବେହେରା ଓ ଚକ୍ରଧର ବେହେରା ଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି l
ଏହି ସଙ୍ଘ ରଜତ ଧୋବା ସଂପ୍ରଦାୟ ର ସ୍ୱାର୍ଥ ଓ ସୁରକ୍ଷା କୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରିବବୋଲି ନବ ନିର୍ବାଚିତ ସଭାପତି ଶଙ୍କର ବେହେରା କହିଛନ୍ତି l

Leave a comment

Your email address will not be published. Required fields are marked *