#Breaking News #District

ଜିଲାପାଳ ଙ୍କ ଫାଇପ ଟି ସ୍କୁଲ ନିର୍ମାଣ କାର୍ଯ୍ୟ ତଦାରଖ

ଫୁଲବାଣୀ (ସୁନୀଲ ପଟନାୟକ )ଶୀଘ୍ର ନିର୍ମାଣ କାର୍ଯ୍ୟ ସାରିଲେ ଆଗକୁନୂତନ ଫାଇବ ଟି ଅନ୍ତର୍ଭୁକ୍ତ ହାଇସ୍କୁଲ ଗୁଡିକ ର ଉଦଘାଟନ କରାଯିବ lଏଣୁ କନ୍ଧମାଳ ଜିଲାରେ ନିର୍ମାଣ କାର୍ଯ୍ୟଚାଲିଥିବା ହାଇସ୍କୁଲ ଗୁଡିକରନିର୍ମାଣ କାର୍ଯ୍ୟ ଯେପରି ଶିଘ୍ରସରିବ ସେଥିପାଇଁ ପ୍ରଶl ସନିକ ସ୍ତରରେ ଜୋରସୋର ଉଦ୍ୟମ ଆରମ୍ଭ ହୋଇଛି l ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ନିଜେ ଜିଲାର ବିଭିନ୍ନ ବ୍ଲକ ଅଂଚଳ ଗସ୍ତ କରି ଚାଲିଥିବା ଫାଇବ ଟି ହାଇସ୍କୁଲ ନିର୍ମାଣ କାର୍ଯ୍ୟ କିପରି ଚାଲିଛି, କାମର ମାନ କିଭଳି ରହିଛି, ତନ୍ନ ତନ୍ନ କରି ତଦାରଖ କରୁଥିବା ଦେଖାଯାଉଛି l ଆସନ୍ତା ଏପ୍ରିଲ ୭ ରେ ଫାଇବ ଟି ସଚିବ ଭି. କେ. ପାଣ୍ଡିଆନ କନ୍ଧମାଳଜିଲ୍ଲା ଗସ୍ତ ରେ ଆସିବାର କାର୍ଯ୍ୟକ୍ରମରହିଛି lଫାଇବ ଟି
ସଚିବ ପାଣ୍ଡିଆନ ଙ୍କ ଗସ୍ତ କୁ ଦୃଷ୍ଟିରେ ରଖି ଶୀଘ୍ର କାମ ସାରିବା ଲାଗି ଜୋରସୋର ରେ କାର୍ଯ୍ୟ ଚାଲିଛି l
ଉପଜିଲାପାଳ, ବିଡ଼ିଓ ପ୍ରତିଦିନ ନିଜ ଅଂଚଳ ଗସ୍ତ କରି କାମ ତଦାରଖ କରୁଛନ୍ତି lଫାଇବ ଟି ସଚିବଭି. କେ ପାଣ୍ଡିଆନ ବାଲିଗୁଡା, କ. ନୂଆଗାଁ ଆଦି ଅଂଚଳ ରେ ଚାଲିଥିବା ଉନ୍ନୟନ ମୂଳକକାର୍ଯ୍ୟ ଦେଖିବାର ସମ୍ଭାବନା ରହିଛି l ଏଥି ସହ ସ୍ଥାନୀୟ ଲୋକଙ୍କୁ ଭେଟି ସମସ୍ୟl ବୁଝି ପାରନ୍ତି l ଅଂଚଳ ବାସୀ ମଧ୍ୟ ସେମାନଙ୍କ ସମସ୍ୟା, ଅଭିଯୋଗ ଅଦି ଜଣାଇବାଲାଗି ସଜବାଜ ହେଉଥିବାଶୁଣିବାକୁ ମିଳୁଛି lତେବେ ଫାଇବ ଟି ସଚିବ ଙ୍କ ଗସ୍ତ ର ସମ୍ପୂର୍ଣ ବିବରଣୀ ମିଳିନାହିଁ l

Leave a comment

Your email address will not be published. Required fields are marked *